fbpx

ମାତିଲେ କୁକୁର ; ୪ ବର୍ଷର ବାଳକକୁ ଝୁଣି ଝୁଣି ମାରିଦେଲେ

Advertisement

ହାଇଦ୍ରାବଦ : କୁକୁର କାମୁଡିବାରେ ଜଣେ ବାଳକର ମୃତ୍ୟୁ ହୋଇଛି । ରବିବାର ଦିନ ହାଇଦ୍ରାବାଦର ଏକ ରାସ୍ତାରେ କୁକୁରମାନେ ୪ ବର୍ଷର ବାଳକକୁ ଝୁଣି ଝୁଣି ହତ୍ୟା କରିଥିଲେ। ଏହି ଘଟଣାର ଦୃଶ୍ୟ ସିସିଟିଭି କ୍ୟାମେରା କଏଦ ହୋଇଛି। ଏହି ଭିଡିଓ ରେ ଦେଖିବାକୁୂ ମିଳିଛି ଯେ ବାଳକଟି ରାସ୍ତାରେ ଯାଉଥିବାବେଳେ ତିନି କୁକୁର ଦୌଡ଼ି ଆସି ତାକୁ ଆକ୍ରମଣ କରି ତଳେ ପକାଇ ଦେଇଥିଲେ। ଶଶୁଟିର ପେଟକୁ କୁକୁର ମାନେ କାମୁଡିବାରେ ଲାଗିଥିଲେ ଯାହା ତା ପେଟରେ ଜୋର ରେ ଆଘାତ ଲାଗିଥିଲା ଏବଂ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ଶିଶୁଟିର ମୃତ୍ୟୁ ହୋଇ ସାରିଥିଲା। ମୃତ ଶଶୁଟିର ପିତା ଜଗୁଆଳି ଭାବରେ କାମ କରନ୍ତି।

ସ୍ଥାନୀୟ ପୁଲିସ କର୍ମଚାରୀ ସୁରଜ ରାୟ କହିଛନ୍ତି ଯେ, ବିଲାସପୁର ଗାଁରେ କାହ୍ନା ନାମକ ବାଳକ ତାଙ୍କ ଘର ପଛପଟରେ ଖେଳୁଥିଲା ବେଳେ କୁକୁରମାନେ ତାଙ୍କୁ ଆକ୍ରମଣ କରିଥିଲେ। ସେତେବେଳେ ସେ ତଳେ ପଡିଯାଇଥିଲା । କୁକୁରମାନେ କାହ୍ନାକୁ କାମୁଡିବାରେ ଲାଗିଥିଲେ । ରକ୍ତାକ୍ତ ଅବସ୍ଥାରେ ଗ୍ରାମବାସୀ ତାକୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନା ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଶନିବାର ଦିନ ଉତ୍ତରପ୍ରଦେଶର ସାହାରନପୁର ଜିଲ୍ଲାରେ କୁକୁରମାନେ କାମୁଡ଼ିବା ପରେ ସାତ ବର୍ଷର ବାଳକର ମୃତ୍ୟୁ ଘଟିଥିଲା ।

ସେହିପରି ଜାନୁୟାରୀରେ ଏକ ଘଟଣା ସାମ୍ନାକୁ ଆସିଥିଲା । କୁକୁର ଆକ୍ରମଣରୁ ରକ୍ଷା ପାଇବା ପାଇଁ ଜଣେ ବାଳକ ତୃତୀୟ ମହଲାରୁ ଡେଇଁ ପଡି ଆହି ହୋଇଥିଲା ।

ଗତ ବର୍ଷ ଅକ୍ଟୋବରରେ, ଉତ୍ତରପ୍ରଦେଶର ନୋଏଡା ସ୍ଥିତ ଏକ ହାଉସିଂ ସୋସାଇଟିରେ ଏକ ସାତ ମାସର ଶିଶୁକୁ ରାସ୍ତାରେ କୁକୁରମାନେ କାମୁଡି ମାରି ଦେଇଥିଲେ । ଶିଶୁଟିର ପିତାମାତା ଶ୍ରମିକ ଭାବରେ କାର‌୍ୟ୍ୟ କରୁଥିଲେ ।

Get real time updates directly on you device, subscribe now.