fbpx

ପାକିସ୍ତାନ ପରମାଣୁ ବୋମ ତିଆରିରେ ରହିଛି ଚୀନର ହାତ , ପାକିସ୍ତାନ ବୈଜ୍ଞାନିକ କଲେ ବଡ ଖୁଲାସା

Advertisement

ନୂଆଦିଲ୍ଲୀ : ଆର୍ଥିକ ସଙ୍କଟରେ ଗତି କରୁଥିବା ପାକିସ୍ତାନ ଆତଙ୍କୀ କାର୍ଯ୍ୟାକଳାପରୁ କେବେ ବାଦ୍ ପଡିବ ନାହିଁ । ସେଠାକାର ଜଣେ ଆଣବିକ ବୈଜ୍ଞାନିକ ଏକ କାର୍ଯ୍ୟକ୍ରମରେ ଆଶ୍ଚର୍ଯ୍ୟଜନକ ବୟାନ ଦେଇଛନ୍ତି । ପରମାଣୁ ବୋମା ପ୍ରସ୍ତୁତିରେ ଚୀନର ହାତ ରହିଛି ବୋଲି ସେ କହିଛନ୍ତି ।

ଏକ ଇଣ୍ଟରଭ୍ୟୁରେ ଆଣବିକ ବୈଜ୍ଞାନିକ ପରଭେଜ୍ ହୁଦବୋଇ କହିଛନ୍ତି ଯେ, ପାକିସ୍ତାନରେ ପରମାଣୁ ବୋମା ଡିଜାଇନ୍ ଚୀନ କରିଛି । ପାକିସ୍ତାନର ଏକ ଜାହାଜକୁ ଆମେରିକା ଧରିଥିଲା । ଯେଉଁଥିରେ ଚୀନ ଡିଜାଇନ୍ କରିଥିବା ପରମାଣୁ ବୋମା ଜବତ ହୋଇଥିଲା । ସେ ଆହୁରି କହିଛନ୍ତି ଯେ, ୧୯୬୨ ମସିହାରେ ଚୀନ୍ ଏହି ଡିଜାଇନ୍ ପରୀକ୍ଷା କରିଥିଲା।

ମୁଁ ଦାବି କରି କହିପାରେ ଯେ ୨୦୦୩ ରେ ଆମେରିକା ଏକ ସମୁଦ୍ର ଜାହାଜ ଧରିଥିଲା, ସେଥିରେ ଚୀନ ଡିଜାଇନ୍ କରିଥିବା ପରମାଣୁ ବୋମା ଏବଂ ମିଶାଇଲ ଥିଲା । ସେହି ପରମାଣୁ ବୋମାର କିଛି ଅଂଶରେ ନୀଳ ପ୍ରିଣ୍ଟ ଏବଂ ଚୀନ ଭାଷାରେ ଲେଖାଯଇଥିଲା । ଆହୁରି ମଧ୍ୟ କହିଛନ୍ତି, ୧୯୯୫ ମସିହାରେ ମୁଁ ଜାଣିଲି ଯେ ଚୀନ୍ ପାକିସ୍ତାନକୁ ପରମାଣୁ ବୋମାର ଡିଜାଇନ୍ ଦେଉଛି।’

ସୂଚନାଯୋଗ୍ୟ, ପାକିସ୍ତାନର ତତ୍କାଳୀନ ପ୍ରଧାନମନ୍ତ୍ରୀ ଆୟୁବ ଖାନ ଭାରତର ଆଣବିକ କାର‌୍ୟ୍ୟକ୍ରମକୁ ନେଇ ବହୁତ ଚିନ୍ତିତ ଥିଲେ ଏବଂ ଭାରତ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ନିଜର ଆଣବିକ କାର‌୍ୟ୍ୟକ୍ରମ ଆରମ୍ଭ କରିଥିଲେ। ୧୯୬୫ ମସିହାରେ ଆୟୁବ ଖାନ କହିଥିଲେ, ‘ଯଦି ଭାରତ ବୋମା ତିଆରି କରେ, ତେବେ ଆମେ ଘାସ କିମ୍ବା ପତ୍ର ଖାଇବୁ, ଭୋକିଲା ଶୋଇବୁ, କିନ୍ତୁ ପରମାଣୁ ବୋମା ତିଆରି କରିବା ବନ୍ଦ କରିବୁ ନାହିଁ । ଏହା ବ୍ୟତୀତ ଆମର ଅନ୍ୟ କୌଣସି ଉପାୟ ନାହିଁ । ୧୯୯୮ ମସିହାରେ ଅବଦୁଲ କାଦିର ଖାନଙ୍କ ନେତୃତ୍ୱରେ ପାକିସ୍ତାନ ପ୍ରଥମ ପରମାଣୁ ବୋମା ତିଆରି କରିବାରେ ସଫଳତା ପାଇଥିଲା । ରିପୋର୍ଟ ଅନୁଯାୟୀ, ପାକିସ୍ତାନରେ ଆଜି ପ୍ରାୟ ୧୬୫ ପରମାଣୁ ବୋମା ରହିଛି।

Get real time updates directly on you device, subscribe now.