fbpx
BJD
BJD SKY
BJD SKY

ପୁଲୱାମା ଆକ୍ରମଣକୁ ୪ ବର୍ଷ , ସହିଦ ଯବାନଙ୍କୁ ମନେ ପକାଇଲେ ମୋଦି, କହିଲେ- ଭୁଲିବେନି ଦେଶବାସୀ

ନୂଆଦିଲ୍ଲୀ : ଭାରତ ଇତିହାସରେ କଳା ଦିବସ ହେଉଛି ଫେବୃଆରୀ ୧୪ । ଏହି ଦିନ ୪୦ ଯବାନଙ୍କୁ ଦେଶ ହରାଇଥିଲା । ଆଜ୍ଞା ହଁ ଆମେ କହୁଛୁ ପୁଲୱାମା ବିସ୍ଫୋରଣ କଥା । କେହି କିଛି ବୁଝିବା ଆଗରୁ ହଠାତ୍ ବିସ୍ଫୋରଣ ହୋଇଥିଲା, ଆଉ ଚାଲିଯାଇଥିଲା ଆମ ବୀର ସୈନିକମାନଙ୍କ ଜୀବନ । ସେହି ଦିନକୁ ଆଜି ୪ ବର୍ଷ ବିତିଛି । ସେହି ଛାତି ଥରା ଘଟଣାକୁ କେହି ଭୁଲି ନାହାଁନ୍ତି ।

ଆମ ବୀର ସହିଦ ଯବାନମାନଙ୍କୁ ମନେପକାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ କରି ଲେଖଇଛନ୍ତି ଯେ, ଆଜିର ଦିନରେ ଆମେ ପୁଲୱାମାରେ ହରାଇଥିବା ଆମର ବୀର ସୈନିକମାନଙ୍କୁ ସ୍ମରଣ କରୁଛୁ।

୨୦୧୯ ଫେବୃଆରୀ ୧୪ରେ ୭୮ଟି ମିଲିଟାରୀ ଭ୍ୟାନରେ ପ୍ରାୟ ୨୫୦୦ ଅଧିକ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ କର୍ମଚାରୀଙ୍କୁ ଜମ୍ମୁୁ –କଶ୍ମୀର ରୁ ଶ୍ରୀନଗର ନିଆଯାଉଥିଲା । ଅଧା ରାସ୍ତାରେ ଏକ ବୋମା ଭର୍ତ୍ତି କାର ଆସି ଗୋଟିଏ ଭ୍ୟାନ୍ ସହ ଧକ୍କା ହୋଇଥିଲା । ସେତେବେଳେକୁ ଦିନ ଠିକ୍ ସାଢେ ୩ଟା ହୋଇଥିଲା । ଘଟଣାସ୍ଥଳରେ ସବୁ ଛିନ୍‌ଛତର ହୋଇଯାଇଥିଲା ଭ୍ୟାନ୍ ଏବଂ ରାସ୍ତାରେ ପଡିଥିଲା ଯବାନଙ୍କ ଖଣ୍ଡବିଖଣ୍ଡିତ ମୃତ ଶରୀର । ପୁଲୱାମା ରାସ୍ତାରେ ରକ୍ତ ନଦୀର ସୁଅ ଛୁଟିଥିଲା । ସେଥିରେ ପ୍ରାୟ ୪୦ ଜଣ ଯବାନ ସହିଦ ହୋଇଥିଲେ । ଏହି ଆତ୍ମଘାତୀ ବିସ୍ଫୋରଣରେ କୌଣସି ଆତଙ୍କବାଦୀ ମାନିବାକୁ ନାରଜ ଥିବା ବେଳେ ପରେ ଜଣାପଡିଥିଲା ଏହା ପାକିସ୍ତାନର ଷଡଯନ୍ତ୍ର । ଏଥିରେ ଜଣେ କଶ୍ମୀର ଯୁବକ ସାମିଲ ଥିଲେ । ପରବିର୍ତ୍ତୀ ସମୟରେ ଭାରତ ପକ୍ଷରୁ ଏହାର କଡା ଜବାବ ଦିଆଯାଇଥିଲା ।

Get real time updates directly on you device, subscribe now.