fbpx

ବ୍ରହ୍ମପୁର ଶିଶୁ ଆରବ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ; ଜାଣନ୍ତୁ କେମିତି…

ବ୍ରହ୍ମପୁର(ଓଡ଼ିଶା ଭାସ୍କର): ବ୍ରହ୍ମପୁର ନୀଳାଚଳନଗର ନିବାସୀ ସିଦ୍ଧାର୍ଥ ଶଙ୍କର ଦାସ ଓ ବନ୍ୟା ପଟ୍ଟନାୟକଙ୍କ ୪ ବର୍ଷର ପୁଅ ଆରବ ପାଲଟିଛନ୍ତି ଓଡ଼ିଶାର ଗୌରବ।
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସେ ସ୍ଥାନ ପାଇଛନ୍ତି ।

ଆରବଙ୍କ ବୟସ ମାତ୍ର ୪ବର୍ଷ ହେଲେ ତାଙ୍କ ସ୍ମରଣଶକ୍ତି ତାଙ୍କୁ ନୂଆ ପରିଚୟ ପ୍ରଦାନ କରିଛି । ଖାଲି ସ୍ଥାନ ପୂରଣ , ଅନେକ ଶବ୍ଦର ବନାନ ସହିତ ମୌଳିକ ଗଣିତ, ଇଂରାଜୀ ବର୍ଣ୍ଣମାଳାକୁ ଠିକ୍ କ୍ରମରେ ଓ ଓଲଟା କ୍ରମରେ କହିବାରେ ସେ ସୁଦକ୍ଷ । ସେହିଭଳି ୩୦ ରୁ ଊର୍ଦ୍ଧ୍ବ ରାଇମ୍ ମନେରଖିବା ସହ ସାଧାରଣ ଜ୍ଞାନ ସମ୍ବଳିତ ବହୁ ପ୍ରଶ୍ନର ଉତ୍ତର ଦେଇପାରୁଥିବାରୁ ସେ ଏହି ରେକର୍ଡରେ ଅଧିକାରୀ ହୋଇପାରିଛନ୍ତି । ବର୍ତ୍ତମାନ ସେ ୟୁକେଜିରେ ଅଧ୍ୟୟନ କରୁଛନ୍ତି । ମା’ ଓ ବାପା ଉଚ୍ଚଶିକ୍ଷିତା ହୋଇଥିବା ବେଳେ ବେଙ୍ଗାଲୁରୁର ଏକ ସଫ୍ଟୱେଆର କମ୍ପାନିରେ ବାପା କାର୍ଯ୍ୟ କରୁଛନ୍ତି । ଲକଡାଉନ୍ କାରଣରୁ ବର୍ତ୍ତମାନ ତାଙ୍କ ପରିବାର ବ୍ରହ୍ମପୁର ଆସିଛନ୍ତି । ତାଙ୍କ ନିଜ ଘର ବାଣପୁର ଅଞ୍ଚଳରେ ବୋଲି ଜଣାପଡ଼ିଛି । ତେବେ ଆରବ ମୂଳରୁ ହିଁ ବିଭିନ୍ନ ଜିନିଷ ଉପରେ ଜାଣିବାକୁ ଇଚ୍ଛା କରୁଥିଲେ । ଖାଇବା , ଖେଳିବା ସମୟରେ ତାଙ୍କ ମା’ ତାଙ୍କୁ ଯାହା କୁହନ୍ତି ସେ ମନେ ରଖିପାରୁଥିଲେ । ପୁଅର ଏଭଳି ମନେରଖିବା ଶକ୍ତି ଦେଖି ମା’ ବନ୍ୟା ତାଙ୍କୁ ବିଭିନ୍ନ ପ୍ରସଙ୍ଗ ଉପରେ ଶିକ୍ଷା ଦେବା ଆରମ୍ଭ କରିଥିଲେ । ପରେ ତାଙ୍କ ଦକ୍ଷତା ନେଇ ଗତ ମେ ମାସରେ ରେକର୍ଡ ପାଇଁ ଆବେଦନ କରିଥିଲେ ।

ଗତ ମେ ୧୧ ତାରିଖରେ ତାଙ୍କ ରେକର୍ଡ କନଫର୍ମ ହେବା ସହ କୋରିଅର ଯୋଗେ ମାନପତ୍ର , ମେଡାଲ ଓ ସାର୍ଟିଫିକେଟ ଆଦି ଆସିଥିଲା । ପରେ ଉକ୍ତ ୱେବସାଇଟରେ ଅପଲବ୍ଧ ହେବା ଫଳରେ ଏହି ବିରଳ ପ୍ରତିଭାଙ୍କ କଥା ଲୋକଲୋଚନକୁ ଆସିଛି। ଏହି ଘଟଣା ଜାଣିବା ପରେ ଆରବଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ମିଳିବାରେ ଲାଗିଛି ।

Get real time updates directly on you device, subscribe now.