fbpx

୪୦ ପୋଲିସକର୍ମୀଙ୍କୁ କରୋନା, କଣ୍ଟେନମେଣ୍ଟ ଜୋନରେ ଦେଉଥିଲେ ଡ୍ୟୁଟି

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଥିବା ବେଳେ ମହାରାଷ୍ଟ୍ରରେ ସର୍ବାଧିକ ମାମଲା ସାମନାକୁ ଆସୁଛି । ଏହାରି ମଧ୍ୟରେ ମାଲେଗାୱରେ ୪୦ ପୋଲିସକର୍ମୀଙ୍କ ରିପୋର୍ଟ କରୋନା ପଜିଟିଭ୍ ଆସିଛି । ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ଯେ, ଏହି ସମସ୍ତ ପୋଲିସକର୍ମୀ ସହରର କଣ୍ଟେନମେଣ୍ଟ ଜୋନରେ ଡ୍ୟୁଟି ଦେଉଥିଲେ । ସମସ୍ତ ପୋଲିସକର୍ମୀ କରୋନାରେ ଆକ୍ରାନ୍ତ ହେବା ପରେ ଏହି ଅଞ୍ଚଳକୁ ହଟସ୍ପଟ ଭାବେ ଘୋଷଣା କରାଯାଇଛି । ଗତ ୨୪ ଘଣ୍ଟାରେ ୮୨ଟି ନୂଆ ମାମଲା ଆସିଥିବା ବେଳେ ମାଲେଗାୱରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୮କୁ ବୃଦ୍ଧି ପାଇଛି । ତେବେ ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାରରୁ ଅଧିକ ଥିବା ବେଳେ ସେଠାରେ ୭୩୩ଟି ଅଞ୍ଚଳରେ ପ୍ରତିବନ୍ଧକ ଲଗାଯାଇଛି ।

Get real time updates directly on you device, subscribe now.