fbpx

କରୋନା ଭାଇରସ୍: ଦେଶରେ ମୃତ୍ୟୁ ସଂଖ୍ୟା ୧୧୪୭କୁ ବୃଦ୍ଧି

ନୂଆଦିଲ୍ଲୀ, ୧ା୫: ଦେଶରେ ଦିନକୁ ଦିନ କରୋନା ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ଦେଶରେ ମୃତ୍ୟୁ ସଂଖ୍ୟା ୧୧୪୭ରେ ପହଞ୍ଚିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୩୫ହଜାର ୪୨କୁ ବୃଦ୍ଧି ପାଇଛି । ଏହାସହ ଦେଶରେ ୮ହଜାର ୮୮୯ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ୨୫ହଜାର ୭ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ୨୪ଘଣ୍ଟାରେ ୧୯୯୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭୩ଜଣଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ସର୍ବାଧିକ ୪୪୯ ଓ ଗୁଜୁରାଟରେ ୨୧୪ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିପରି ମଧ୍ୟପ୍ରଦେଶରେ ୧୩୭, ଦିଲ୍ଲୀରେ ୫୬, ରାଜସ୍ଥାନରେ ୫୮ଜଣଙ୍କର ମୃତ୍ୟୁ ହୋଇଛି ।

Get real time updates directly on you device, subscribe now.