fbpx

ରେକର୍ଡ ବୁକରେ ରାମାୟଣ

ଭୁବନେଶ୍ୱର:୧ ।୫(ଓଡିଶା ଭାସ୍କର): ରେକର୍ଡ ବୁକରେ ରାମାୟଣ । ବିଶ୍ୱରେ ଗୋଟିଏ ଦିନରେ ସର୍ବାଧିକ ଲୋକ ଦେଖିଥିବା ଟିଭି ସିରିଏଲ କ୍ଷେତ୍ରରେ ରାମନନ୍ଦ ସାଗରଙ୍କ ରାମାୟଣ ରେକର୍ଡ କରିଛି । ଗତ ଏପ୍ରିଲ ୧୬ ତାରିଖରେ ଏହାକୁ ସାରା ବିଶ୍ୱରେ ସାଢ଼େ ସାତକୋଟି ଦର୍ଶକ ଦେଖିଛନ୍ତି । ଏହି ନୂଆ ରେକର୍ଡର ସୂଚନା ଟୁଇଟ ମାଧ୍ୟମରେ ଜଣାଇଛି ଦୁରଦର୍ଶନ ।

 

 

ଲକ ଡାଉନ ପାଇଁ ଦୁରଦର୍ଶନ ରାମାୟଣ ,ମହାଭାରତ,ଶ୍ରୀକ୍ରୀଷ୍ଣା ଭଳି ସିରିଏଲର ରିପିଟ ଟେଲିକାଷ୍ଟ ଆରମ୍ଭ କରିଥିଲା । ଯାହା କୁ ଜବରଦସ୍ତ ଟିଆପି ମିଳିଛି ।ଏପରକିି ଯେଉଁଦିନ ରାମାୟଣର ପ୍ରଥମ ଏପିସୋଡ ଟେଲିକାଷ୍ଟ ହୋଇଥିଲା ସେଦିନ କୋଟିଏ ୭୦ ଲକ୍ଷ ଲୋକ ଏହାକୁ ଦେଖିଥିଲେ ।

Get real time updates directly on you device, subscribe now.