fbpx

ଝାରସୁଗୁଡ଼ା ଗସ୍ତରେ ୫ଟି ସଚିବ

ଭୁବନେଶ୍ୱର, ୧ା୫(ଓଡ଼ିଶା ଭାସ୍କର): ଆଜି ରାଜ୍ୟର ଝାରସୁଗୁଡ଼ା ଜିଲ୍ଲା ଗସ୍ତରେ ଯାଇଛନ୍ତି ୫ଟି ସଚିବ ଭି.କେ.ପାଣ୍ଡିଆନ । କରୋନା ସ୍ଥିତି ନେଇ ସେଠାକାର ଜିଲ୍ଲାପାଳଙ୍କ ସହ ସେ ଆଲୋଚନା କରିଛନ୍ତି । ୫ଟି ସଚିବଙ୍କ ସହ ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର ମଧ୍ୟ ଉପସ୍ଥିତ ରହିଛନ୍ତି । ସେମାନେ ଝାରସୁଗୁଡ଼ାରେ କରୋନା ସମୀକ୍ଷା ସାରି ସୁନ୍ଦରଗଡ଼ ଯିବେ ବୋଲି ସୂଚନା ମିଳିଛି ।


ରାଜ୍ୟର ସବୁ ଜିଲ୍ଲାରେ କୋଭିଡ଼ ହସ୍ପିଟାଲ ନିର୍ମାଣ କରିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ । ଏହାସହ କୋଭିଡ଼ ହସ୍ପିଟାଲ ନିର୍ମାଣ କାର୍ଯ୍ୟ ଠିକ୍ ଭାବେ ହେଉଛିକି ନାହିଁ ଏନେଇ ତଦାରଖ କରୁଛନ୍ତି ୫ଟି ସଚିବ ଏବଂ ତାଙ୍କ ସହ ଆଜି ଅଛନ୍ତି ଉନ୍ନୟନ କମିସନର ।

Get real time updates directly on you device, subscribe now.