fbpx

ମଦରେ ହାତ ଧୋଇଲେ କରୋନା ଭୂତାଣୁ ମରୁଛି ,ତ ମଦ ପିଇଲେ ବି ଭୂତାଣୁ ମରିବ

ଭୁବନେଶ୍ୱର:୧ ।୫(ଓଡିଶା ଭାସ୍କର): କରୋନା ଭୂତାଣୁର ପ୍ରତିଷେଧକ ପ୍ରସ୍ତୁତିରେ ଲାଗିଛନ୍ତି ବିଶ୍ୱଯାକର ଗବେଷକ । ଭିନ୍ନ ଭିନ୍ନ ଭ୍ୟାକସିନ ପ୍ରସ୍ତୁତ ହେଉଥିବା ଦାବି ହେଉଛି । ତାର ପରୀକ୍ଷା ନିରୀକ୍ଷା ବି ଆରମ୍ଭ ହୋଇଛି । କିନ୍ତୁ ଭାରତରେ ଜଣେ ବ୍ୟକ୍ତି ତାର ପ୍ରତିଷେଧକର ଦାବି କରିଛନ୍ତି । ଅବଶ୍ୟ ବ୍ୟକ୍ତି ଜଣଙ୍କ ଗବେଷକ ନୁହନ୍ତି କିନ୍ତୁ ବାବୁ ଜଣେ ବିଧାୟକ ।

ରାଜସ୍ଥାନର କଂଗ୍ରେସ ବିଧାୟକ ଭରତସିଂ କୁନ୍ଦନପୁରଙ୍କ ଦାବି ହେଉଛି ଆଲକୋହଲରେ ହାତ ଧୋଇବା ପାଇଁ ଯଦି କରୋନା ଭୂତାଣୁ ନଷ୍ଟ ହେଉଛି ତେବେ ମଦ ପିଇବା ଦ୍ୱାରା ଏହା ଗଳାକୁ କରୋନା ସଂକ୍ରମଣରୁ ରକ୍ଷାକରିବା । ବିଧାୟକ ମହୋଦୟ ଏକଥା ମଜାରେ ଯେ କହିଛନ୍ତି ତାହା ଭାବିବା ଭୁଲ । ବିଧାୟକ ଜଣକ ଏହି ଯୁକ୍ତି ଦର୍ଶାଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲୋଟଙ୍କୁ ଚିଠି ଲେଖି ତୁରନ୍ତ ମଦ ଦୋକାନ ଖୋଲିବାକୁ ଅନୁରୋଧ ବି କରିଛନ୍ତି ।

Get real time updates directly on you device, subscribe now.