fbpx

୪୦ ବର୍ଷୀୟ ଯୁବକ ଜେମ୍ସ ଆଣ୍ଡରସନ୍‌, ଟେଷ୍ଟ୍ ର‌୍ୟାଙ୍କିଙ୍ଗ୍‌ରେ ହେଲେ ନମ୍ବର-୧ ବୋଲର

Advertisement

ନୂଆଦିଲ୍ଲୀ: ଇଂଲଣ୍ଡ ଟିମ୍‌ର ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ୍ ବଢୁଥିବା ବୟସ ସହିତ ଅଧିକ ଘାତକ ହେବାରେ ଲାଗିଛନ୍ତି। ଆଣ୍ଡରସନ ଚଳିତ ବର୍ଷ ୩୦ ଜୁଲାଇରେ ୪୧ ବର୍ଷର ହୋଇଯିବେ। ଏହା ପୁର୍ବରୁ ସେ ଏବେ ଏକ ବଡ଼ ଉପଲବ୍ଧି ହାସଲ କରିଛନ୍ତି। ବୁଧବାର ପ୍ରକାଶିତ ର‌୍ୟାଙ୍କିଙ୍ଗ୍ ଅନୁଯାୟୀ ଆଣ୍ଡରସନ୍ ଟେଷ୍ଟରେ ଏକ ନମ୍ବର ବୋଲର ହୋଇଛନ୍ତି।

ଆଣ୍ଡରସନ୍ ଗତ ୩ ମ୍ୟାଚ୍‌ରେ ୧୫ ୱିକେଟ୍ ହାସଲ କରିଛନ୍ତି। ଯାହାର ଫଅଇଦା ତାଙ୍କୁ ର‌୍ୟାଙ୍କିଙ୍ଗ୍‌ରେ ମିଳିଛି। ଆଣ୍ଡରସନ୍ ଏପର୍ଯ୍ୟନ୍ତ ୧୭୮ ଟେଷ୍ଟ ମ୍ୟାଚ୍ ଖେଳି ୨୫.୯୪ ହାରରେ ୬୮୨ ୱିକେଟ୍ ହାସଲ କରିଛନ୍ତି। ଦ୍ରୁତ ବୋଲର ଭାବେ ସବୁଠୁ ଅଧିକ ଟେଷ୍ଟ ୱିକେଟ୍ ନେଇଥିବା ରେକର୍ଡ ତାଙ୍କ ନାମରେ ରହିଛି। ତେବେ ଟେଷ୍ଟ କ୍ରିକେଟ୍‌ରେ ସବୁଠୁ ଅଧିକ ୱିକେଟ୍ ନେବାରେ ସେ ତୃତୀୟ ସ୍ଥାନରେ ରହିଛନ୍ତି।

ତେବେ ଆଣ୍ଡରସନ୍ ବୟସ ବଢିବା ସହିତ ଅଧିକା ଘାତକ ହେଉଥିବା ଦେଖିବାକୁ ମିଳିଛି। ୩୫ ବର୍ଷ ଅତିକ୍ରମ କରତିବା ପରେ ସେ ବହୁତ ଆକ୍ରାତ୍ମକ ବୋଲିଂ କରୁଛନ୍ତି। ରେକର୍ଡ ଦେଖିଲେ ୨୦୧୭ରେ ସେ ୩୫ ବର୍ଷର ଥିଲେ। ସେବେଠାରୁ ଏପର୍ଯ୍ୟନ୍ତ ସେ ୫୩ ଟେଷ୍ଟ ମ୍ୟାଚ୍ ଖେଳି ୨୦.୫୬ ହାରରେ ୨୦୨ ୱିକେଟ୍ ହାସଲ କରିଛନ୍ତି। ତାଙ୍କ କ୍ୟାରିୟର ଶ୍ରେଷ୍ଠ ବୋଲିଂ ମଧ୍ୟ ସେ ଏହି ସମୟରେ କରିଛନ୍ତି। ଯେତେବେଳେ ସେ ୪୨ ରନ୍ ଦେଇ ୭ ୱିକେଟ୍ ହାସଲ କରିଥିଲେ।

ଟେଷ୍ଟ କ୍ରିକେଟ୍‌ରେ ଶ୍ରୀଲଙ୍କାର କିମ୍ବଦନ୍ତି ସ୍ପିନର ମୁଥୟା ମୂରଲିଧରନ ୮୦୦ ୱିକେଟ୍ ନେଇ ଏକ ନମ୍ବର ସ୍ଥାନରେ ଥିବା ବେଳେ ଅଷ୍ଟ୍ରେଲିଆର କିମ୍ବଦନ୍ତି ବୋଲର ଶେନ୍ ୱର୍ଣ୍ଣ ୭୦୮ ୱିକେଟ୍ ନେଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଏହି ତାଲିକାରେ ଆଣ୍ଡରସନ୍ ୬୮୨ୱିକେଟ୍ ନେଇ ତୃତୀୟ ସ୍ଥାନରେ ରହିଛନ୍ତି । ଯଦି ଆଗକୁ ଆଣ୍ଡରସନ ଏହିପରି ଖେଳ ଜାରି ରଖନ୍ତି, ତେବେ ସେ ଖୁବଶୀଘ୍ର ଶ୍ରୀଲଙ୍କାର କିମ୍ବଦନ୍ତି ସ୍ପିନର ମୁଥୟା ମୂରଲିଧରନ ଏବଂ ଶେନ୍ ୱର୍ଣ୍ଣଙ୍କ ରେକର୍ଡ ଭାଙ୍ଗି ଦେଇ ପାରନ୍ତି । ସେହିପରି ଭାରତର ସଚିନ ତେନ୍ଦୁଲକର ଟେଷ୍ଟ କ୍ରିକେଟ୍‌ରେ ସର୍ବାଧିକ ୨୦୦ ମ୍ୟାଚ୍ ଖେଳିଥିବା ବେଳେ ଆଣ୍ଡରସନ୍ ୧୭୮ ମ୍ୟାଚ୍ ଖେଳି ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଏହି ରେକର୍ଡ ମଧ୍ୟ ସେ ଆଗକୁ ଭାଙ୍ଗି ପାରନ୍ତି ।

Get real time updates directly on you device, subscribe now.