fbpx

ଥାନାରେ ଲାଗିବ ସିସିଟିଭି କ୍ୟାମେରା: ମାସେ ଭିତରେ ଆକ୍ଟିଭ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

Advertisement

ନୂଆଦିଲ୍ଲୀ: ଦେଶର ସମସ୍ତ ଥାନା ତଥା ଅନ୍ୟାନ୍ୟ ତଦନ୍ତକାରୀ ଏଜେନ୍ସି କାର୍ଯ୍ୟାଳୟଗୁଡିକ ପାଇଁ କଡା ନିର୍ଦ୍ଦେଶ ଜାରି କରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ଏଣିକି ସିସିଟିଭି କ୍ୟାମେରା ତଳେ ହେବ ସମସ୍ତ କାର୍ଯ୍ୟ । ପୋଲିସାବୁଙ୍କ ପାଖରୁ ଆରମ୍ଭ କରି ସିବିଆଇ ପର୍ଯ୍ୟନ୍ତ ସମସ୍ତଙ୍କୁ ଜଗିବ ସିସିଟିଭି କ୍ୟାମେରା । ମାସକ ମଧ୍ୟରେ ସବୁଠି କ୍ୟାମେରା ଲଗାଇବା ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ପଠାଇଛନ୍ତି ସୁପ୍ରିମକୋର୍ଟ ।

ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ବି.ଆର୍ ଗଭାଇଙ୍କ ଅଧଞକ୍ଷତାରେ ଅନୁଷ୍ଠିତ ଖଣ୍ଡପୀଠରେ ଏହି ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ମାର୍ଚ୍ଚ ୨୯ ତାରିଖ ମଧ୍ୟରେ ଏହାର ଅନୁପାଳନ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏଥିରେ ଉଲ୍ଲଙ୍ଘନ ହେଲେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଅନୁସାରେ, ସମସ୍ତ ପ୍ରବେଶ ଏବଂ ପ୍ରସ୍ଥାନ ରାସ୍ତା, ମୁଖ୍ର ଦୁଆର, ଲକ୍ ଅପ୍ ସହିତ କରିଡର ଲବି ଏବଂ ରିସେପ୍ସନରେ ସିସିଟିଭି ଲାଗିବା ଆବଶ୍ୟକ । ଥାନା ପରିସରର କୌଣସି ସ୍ଥାନ କ୍ୟାମେରା ଆଢୁଆଳରେ ରହିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି ସୁପ୍ରିମକୋର୍ଟ ।

ତେବେ ସମସ୍ତ ତଦନ୍ତକାରୀ ଏଜେନ୍ସି କାର୍ଯ୍ୟାଳୟରେ ସିସିଟିଭି ଲଗାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ମାତ୍ର ଏକ ମାସ ସମୟ ଦେଇଛନ୍ତି ସୁପ୍ରିମକୋର୍ଟ । ଏହି ନିଷ୍ପତ୍ତି ଦ୍ୱାରା ଥାନା କିମ୍ବା ଅନ୍ୟ ତଦନ୍ତକାରୀ କାର୍ଯ୍ୟାଳୟଗୁଡିକରେ ହେଉଥିବା ଅନ୍ୟାୟ ବା ବେଆଇନ କାର୍ଯ୍ୟ ଉପରେ ନଜର ରଖାଯାଇ ପାରିବ । ଏହାବ୍ୟତୀତ ସମସ୍ତ ଅପବରାଧୀକ କାର୍ଯ୍ୟକଳାପ ମଧ୍ୟ ହ୍ରାସ ପାଇବ ବୋଲି ଅନୁମାନ କରାଯାଉଛି ।

Get real time updates directly on you device, subscribe now.