fbpx

ପ୍ରଧାନମନ୍ତ୍ରୀଙ୍କ ‘ଏଗଜାମ ୱାରିୟର୍ସ’ ପୁସ୍ତକକୁ ଲାଇବ୍ରେରୀରେ ରଖନ୍ତୁ: ରାଜ୍ୟମାନଙ୍କୁ ଶିକ୍ଷା ମନ୍ତ୍ରଣାଳୟ ନିର୍ଦେଶ

Advertisement

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଲିଖିତ ‘ଏଗଜାମ ୱାରିୟର୍ସ’ ପୁସ୍ତକକୁ ବିଦ୍ୟାଳୟ ଲାଇବ୍ରେରୀରେ ରଖନ୍ତୁ। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ଏନେଇ ନିର୍ଦେଶ ଦେଇଛି। ‘ସମଗ୍ର ଶିକ୍ଷା’ ଅଧୀନରେ ଥିବା ପ୍ରତ୍ୟେକ ବିଦ୍ୟାଳୟର ଲାଇବ୍ରେରୀରେ ‘ଏଗଜାମ ୱାରିୟର୍ସ’ ପୁସ୍ତକ ଉପଲବ୍ଧ କରାଇବାକୁ ଶିକ୍ଷା ମନ୍ତ୍ରୀ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା କେନ୍ଦ୍ର ଶାସିତ ଅଞ୍ଚଳର(ୟୁଟି) ର ପ୍ରଶାସକମାନଙ୍କୁ ଅନୁରୋଧ କରିଛନ୍ତି।

ଏହାଦ୍ୱରା ପିଲାମାନେ ପ୍ରଧାନମନ୍ତ୍ରୀଙ୍କ ଜ୍ଞାନ ଏବଂ ଦୂରଦୃଷ୍ଟିରୁ ଲାଭବାନ ହେବେ ବୋଲି ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ପରୀକ୍ଷା ଚାପକୁ ଦୂର କରିବାର ଉପାୟ, ଛାତ୍ର, ଅଭିଭାବକ ଏବଂ ଶିକ୍ଷକମାନଙ୍କ ପାଇଁ ଏହି ପୁସ୍ତକ ଅନନ୍ୟ କାର୍ଯ୍ୟକ୍ଷମ ‘ମନ୍ତ୍ର’ ସାମିଲ ରହିଛି ଏହି ପୁସ୍ତକରେ। ନ୍ୟାସନାଲ ବୁକ୍ ଟ୍ରଷ୍ଟ ଆସାମିଆ, ବଙ୍ଗଳା, ଗୁଜରାଟୀ, କନ୍ନଡ, ମାଲାୟାଲମ୍, ମରାଠୀ, ଓଡିଆ, ପଞ୍ଜାବୀ, ତାମିଲ, ତେଲୁଗୁ ଏବଂ ଉର୍ଦ୍ଦୁରେ ୧୧ ଟି ଭାରତୀୟ ଭାଷାରେ ଏଗଜାମ ୱାରିୟରର ଅନୁବାଦ ପ୍ରକାଶ କରିଛି।

Get real time updates directly on you device, subscribe now.