fbpx

ପୋଷ୍ଟ ଅଫିସରେ ବାହାରିଲା ୪୦,୮୮୯ଟି ପଦବୀ: ଆଜିଠାରୁ ଆବେଦନ ଆରମ୍ଭ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ବଡ଼ ଖବର । ଭାରତୀୟ ପୋଷ୍ଟ ପକ୍ଷରୁ ୪୦,୮୮୯ଟି ପଦବୀ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ଗ୍ରାମୀଣ ଡାକ ସେବକ (ଜିଡିଏସ), ବ୍ରାଞ୍ଚ ପୋଷ୍ଟ ମାଷ୍ଟର (ବିପିଏମ) ଓ ଆସିଷ୍ଟାଣ୍ଟ ବ୍ରାଞ୍ଚ ପୋଷ୍ଟ ମାଷ୍ଟର (ଏବିପିଏମ) ପଦରେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ଜାନୁଆରୀ ମାସ ୨୭ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଫେବୃଆରୀ ମାସ ୧୬ ତାରିଖରେ ସମାପ୍ତ ହେବ । ପ୍ରାର୍ଥୀମାନେ ଫେବୃଆରୀ ୧୭ରୁ ୧୯ ତାରିଖ ମଧ୍ୟରେ ଆପ୍ଲିକେସନ ଏଡିଟ୍ କରିପାରିବେ । ବିପିଏମ ପାଇଁ ଦରମା ୧୨,୦୦୦- ୨୯,୩୮୦ ରହିଥିବା ବେଳେ ଏବିପିଏମ / ଡାକ ସେବକ ପାଇଁ ୧୦,୦୦୦ରୁ ୨୪,୪୭୦ ଟଙ୍କା ରହିଛି । ଫେବୃଆରୀ ମାସ ୧୬ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ବୟସ ୧୮ରୁ ୪୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ବୟସ କୋଳହ ନିୟମ ଅନୁଯାୟୀ ଧାର୍ଯ୍ୟ ହେବ ।

ଅନଲାଇନ୍ ଆବେଦନ ଲିଙ୍କ: https://www.indiapostgdsonline.gov.in/

ନୋଟିଫିକେସନ ଲିଙ୍କ: https://indiapostgdsonline.cept.gov.in/Notifications/Model_Notification.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.indiapost.gov.in/vas/Pages/IndiaPostHome.aspx

Get real time updates directly on you device, subscribe now.