fbpx
BJD SKY
BJD SKY

ଡ଼ାକ ବିଭାଗରେ ସରକାରୀ ନିଯୁକ୍ତିର ସୁଯୋଗ, ଖାଲି ପଡ଼ିଛି ୪୦୮୮୯ ଟି ପଦବୀ, ଶୀଘ୍ର କରନ୍ତୁ ଆବେଦନ

BJD

ନୂଆଦିଲ୍ଲୀ: ସରକାରୀ ଚାକିରି ପାଇବାକୁ ଚାହୁଁଥିବା ଲୋକମାନଙ୍କ ପାଇଁ ଡ଼ାକ ବିଭାଗରେ ବମ୍ପର ନିଯୁକ୍ତି ବାହାରିଛି । ଏଥିରେ ୧୦ମ ପାସ କରିଥିବା ପିଲା ଆବେଦନ କରିପାରିବେ । ଡ଼ାକ ବିଭାଗ ୪୦୮୮୯ ପଦବୀରେ ଗ୍ରାମୀଣ ଡାକ ସେବକଙ୍କ ନିଯୁକ୍ତି ବାହାର କରିଛି. ଏହି ନିଯୁକ୍ତି ପାଇଁ ଯୋଗ୍ୟ ବା ଇଚ୍ଛୁକ ଥିବା ବ୍ୟକ୍ତିମାନେ, ଇଣ୍ଡିଆ ପୋଷ୍ଟର ଅଧିକାରୀକ ୱେବସାଇଟ …. କୁ ଯାଇ ୧୬ ଫେବୃଆରୀ ପର୍ଯ୍ୟନ୍ତ ଆବେଦନ କରିପାରିବେ ।

ଏଥିରେ ଆବେଦନ କରୁଥିବା ପ୍ରାର୍ଥୀଙ୍କ ପାଖେ ଯେକୌଣସି ମାନ୍ୟତା ପ୍ରାପ୍ତ ବୋର୍ଡରୁ ୧୦ମ ପାସର ସାର୍ଟିଫିକେଟ ଥିବା ଦରକାର । ଏହା ବ୍ୟତୀତ ପାର୍ଥୀ ଗଣିତ ଏବଂ ଇଂରାଜୀ ବିଷୟ ଅଧ୍ୟୟନ କରିଥିବା ବାଧ୍ୟତାମୂଳକ । ଆବେଦନ ପ୍ରାର୍ଥୀଙ୍କ ବୟସ ସୀମା ୧୮ ରୁ ୪୦ ହୋଇଥିବା ନିହାତି ଆବଶ୍ୟକ । ସଂରକ୍ଷିତ ବର୍ଗଙ୍କ ପାଇଁ ବୟସ ସୀମାକୁ ଛାଡ଼ କରାଯାଇଛି ।

ଅବେଦନର ପ୍ରାରମ୍ଭ ତାରିଖ- ୨୭ ଜାନୁଆରୀ ୨୦୨୩
ଆବେଦନର ଶେଷ ତାରିଖ- ୧୬ ଫେବୃଆରୀ ୨୦୨୩
ଫିସ ଜମା କରିବାର ଶେଷ ତାରିଖ- ୧୬ ଫେବୃଆରୀ ୨୦୨୩
ଆବେଦନ ଦାଖଲ ସମୟ-୧୭ରୁ ୧୯ ଫେବୃଆରୀ

ଆବେଦନର ଶୁଳ୍କ ୧୦୦ ଟଙ୍କା ରହିଥିବା ବେଳେ ମହିଳା, ଅନୁସୂଚୀତ ଜାତି ତଥା ମହିଳା ମାନଙ୍କ ପାଇଁ ଏହା ସଂପୂର୍ଣ୍ଣ ମାଗଣା ଅଟେ । ବ୍ରାଂଚ ପୋଷ୍ଟ ମାଷ୍ଟରଙ୍କ ଦରମା ୧୨,୦୦୦ ରୁ ୨୯,୩୮୦ ଟଙ୍କା ପର୍ଯ୍ୟନ୍ତ ରହିଥିବା ବେଳେ ଏବିପିଏମ ଏବଂ ଡ଼ାକ ସେବକଙ୍କ ପାଇଁ ୧୦,୦୦୦ ଟଙ୍କାରୁ ୨୪,୪୭୦ ଟଙ୍କା ପର୍ଯ୍ୟନ୍ତ ରହିଛି । ଏଥିରେ କୌଣସି ପରୀକ୍ଷା ଦେବାକୁ ପଡ଼ିବ ନାହିଁ । ଚୟନ ପାଇଁ ୧୦ମ ର ମାର୍କକୁ ଆଧାର କରି ତାଲିକା ପ୍ରସ୍ତୁତ କରାଯିବ । ଆସନ୍ତୁ ଜାଣିବା କେଉଁ ରାଜ୍ୟରେ କେତେ ଭାକାନ୍ସି ରହିଛି ।

ଆନ୍ଦ୍ରପ୍ରଦେଶ- ୭୯୮୭, ତାମିଲନାଡ଼ୁ- ୩୧୬୭, କର୍ଣ୍ଣାଟକ- ୩୦୩୬, ମହାରାଷ୍ଟ୍ର- ୨୫୦୮, ଆନ୍ଦ୍ରପ୍ରଦେଶ- ୨୪୮୦, କେରଳ- ୨୪୬୨, ପଶ୍ଚିମ ବଙ୍ଗଳା-୨୧୨୭, ଗୁଜରାଟ-୨୦୧୭, ମଧ୍ୟପ୍ରଦେଶ- ୧୮୪୧, ରାଜସ୍ଥାନ-୧୬୮୪, ଛତିଶଗଡ଼-୧୫୯୩, ଝାଡ଼ଖଣ୍ଡ- ୧୫୯୦, ବିହାର-୧୪୬୧, ଓଡ଼ିଶା- ୧୩୮୨, ତେଲେଙ୍ଗାନା-୧୨୬୬, ଉତ୍ତରାଖଣ୍ଡ-୮୮୯, ପଞ୍ଜାବ-୭୬୬, ହିମାଚଳ ପ୍ରଦେଶ-୬୦୩, ଉତ୍ତର ପୂର୍ବ-୫୫୧, ଆସାମ- ୪୦୭, ହରିଆଣା-୩୫୪, ଜାମ୍ମୁ କାଶ୍ମୀର-୩୦୦, ଦିଲ୍ଲୀ- ୪୬ ।

Get real time updates directly on you device, subscribe now.