fbpx
BSKY
BJD SHG SKY
BJD YOUTH SKY

୨୦୧୭ରୁ ୨୦୨୨ ମସିହା ମଧ୍ୟରେ ରାଜ୍ୟରେ ୪୧୦ ହାତୀଙ୍କ ମୃତ୍ୟୁ: ବିଧାନସଭାରେ ମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର: ଓଡ଼ିଶାରେ ହାତୀ ମୃତ୍ୟୁ ମାମଲା ଏକ ସାମାନ୍ୟ କଥା ହୋଇଗଲାଣି। ଦୈନିକ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ହାତୀ ମୃତ୍ୟୁ ଖବର ଆସୁଛି। ଏହାରି ମଧ୍ୟରେ ବିଧାନସଭାରେ ରାଜ୍ୟ ସରକାର ସୂଚନା ଦେଇଛନ୍ତି ଯେ, ଗତ ପାଞ୍ଚ ବର୍ଷ ମଧ୍ୟରେ ଓଡ଼ିଶାରେ ୪୧୦ ହାତୀଙ୍କ ମୃତ୍ୟୁ ହୋଇଛି। ୨୦୧୭ରୁ ୨୦୨୨ ମସିହା ପର୍ଯ୍ୟନ୍ତ ୫ ବର୍ଷ ମଧ୍ୟରେ ରାଜ୍ୟର ୩୯ଟି ଜଙ୍ଗଲ ଡିଭିଜନରେ ବିଭିନ୍ନ କାରଣରୁ ୪୧୦ଟି ହାତୀଙ୍କ ମୃତ୍ୟୁ ଘଟିଛି। ଏଥିମଧ୍ୟରୁ ପ୍ରାକୃତିକ କାରଣରୁ ୪୪ଟି ହାତୀଙ୍କ ମୃତ୍ୟୁ ଘଟିଥିବାବେଳେ ଶିକାରୀଙ୍କ ଦ୍ୱାରା ୧୦ଟି ହାତୀଙ୍କ ଜୀବନ ଯାଇଛି।

କେବେଳ ବନ୍ଧୁକ କିମ୍ବା ଫସା ପକାଇ ନୁହେଁ, ରାଉରକେଲା ଡିଭିଜନରେ ବିଷ ପ୍ରୟୋଗ ଦ୍ୱାରା ଗୋଟିଏ ହାତୀ ପ୍ରାଣ ମଧ୍ୟ ନିଆଯାଇଛି। ସେହିପରି ବିଦ୍ୟୁାତ୍‍ ଆଘାତରେ ଆକସ୍ମିକ ଭାବେ ୨୬ଟି ହାତୀଙ୍କ ମୃତ୍ୟୁ ଘଟିଛି। ସେହିପରି ରେଳ ଦୁର୍ଘଟଣାରେ ୧୭ଟି ସଡ଼କ ଦୁର୍ଘଟଣାରେ ୪ଟି ଓ ଅନ୍ୟାନ୍ୟ ଦୁର୍ଘଟଣା ଜନିତ କାରଣରୁ ୮୫ଟି ହାତୀଙ୍କ ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ଆନ୍ଥ୍ରାକ୍ସ ରୋଗରେ ପୀଡ଼ିତ ହୋଇ ୨୪ଟି ହାତୀଙ୍କ ଜୀବନ ଯାଇଥିବାବେଳେ ହରପିସ୍‍ ରୋଗରେ ୧୦ଟି ହାତୀ ମୃତ୍ୟୁମୁଖରେ ପଡ଼ିଛନ୍ତି।

ତେବେ ଅନ୍ୟ ଏକ ବଡ଼ କଥା ହେଉଛି ଯେ, ରାଜ୍ୟରେ ୩୬ଟି ହାତୀଙ୍କର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଏହି ହାତୀ ମାନଙ୍କର ମୃତ୍ୟୁ କିପରି ହେଲା ସରକାରଙ୍କ ପାଖରେ ତଥ୍ୟ ନାହିଁ। ସେହିପରି ମଣିଷ ଏବଂ ହାତୀ ବିବାଦ କାରଣରୁ୨୦୧୨-୨୨ ରୁ ଗତ ୧୦ ବର୍ଷ ମଧ୍ୟରେ ଓଡିଶାରେ ୭୮୪ ହାତୀ ଏବଂ ୯୨୪ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ୨୦୧୭ ଜନଗଣନା ଅନୁଯାୟୀ ରାଜ୍ୟରେ ୧୯୭୬ ହାତୀ ଅଛି ବୋଲି ବିଧାନସଭାରେ ବନ ମନ୍ତ୍ରୀ ସୂଚନା ଦେଇଛନ୍ତି।

Get real time updates directly on you device, subscribe now.