fbpx

(Video) ପୁଣି ମାତିଲା ଅଜଣା ଜନ୍ତୁ: ନେଇ ସାରିଲାଣି ୨୬ରୁ ଅଧିକ ମେଣ୍ଢାଙ୍କ ଜୀବନ, ଆତଙ୍କିତ ଅବସ୍ଥାରେ ଅଞ୍ଚଳବାସୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ସମୟର ଆମ ଚାରିପାଖରେ କିଛି ଅଜଣା ଜନ୍ତୁ ଦେଖିବାକୁ ମିଳିଥାନ୍ତି । ଏହି ଜନ୍ତୁମାନେ ଜଙ୍ଗଲରୁ ବା ଅନ୍ୟ କେଉଁ ସ୍ଥାନରୁ ଜନବସତି ଅଞ୍ଚଳ ଆଡ଼କୁ ଚାଲିଆସି ବହୁ ଗୃହପାଳିତ ପଶୁ, ପକ୍ଷୀଙ୍କୁ ଆକ୍ରମଣ କରି ମାରିଦେଇଥାନ୍ତି । ତେବେ ନିକଟରେ ଏଭଳି ମାମଲା ଦେଖିବାକୁ ମିଳିଛି କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକର ଗୁଣାଦୋଳା ଗାଁରେ । ଏହାକୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏକ ଅଜଣା ଆତଙ୍କ ଖେଳି ଯାଇଛି ।

ସୂଚନା ମତାବକ, ଗତକାଲି ବିଳମ୍ବିତ ରାତିରେ ଜଣେ ବ୍ୟକ୍ତିଙ୍କ ଗୁହାଳ ଭିତରେ ୧୦ଟି ମେଣ୍ଢାଙ୍କ ମୃତ୍ୟୁ ଘଟିଛି । ଆଜି ସକାଳେ ଗୁହାଳ କବାଟ ଖୋଲିବା ପରେ ମେଣ୍ଢାଗୁଡ଼ିକର ମୃତଦେହ ରକ୍ତାକ୍ତ ଅବସ୍ଥାରେ ଏଣେତେଣେ ପଡ଼ିଥିବାର ଦେଖିବାକୁ ମିଳିଥିଲା । ୪ ଦିନ ପୂର୍ବରୁ ଗୁଣାଦୋଳା ଗ୍ରାମର ଅନ୍ୟ ଜଣେ ବ୍ୟକ୍ତିଙ୍କ ୧୬ଟି ମେଣ୍ଢାକୁ ମଧ୍ୟ ଏକ ଅଜଣା ଜନ୍ତୁ ଶିକାର କରିଥିଲା । ଏହା ମଧ୍ୟରେ ଗତ ୫ ଦିନ ମଧ୍ୟରେ ୨୬ଟି ମେଣ୍ଡାକୁ ମାରି ସାରିଲାଣି ଅଜଣା ଜନ୍ତୁ ।

ତେବେ ଏହି ଅଜଣା ଜନ୍ତୁକୁ ନେଇ ନାହାଳପୁର ପଞ୍ଚାୟତର ମେଣ୍ଢାଚାଷୀଙ୍କ ମୁଣ୍ଡରେ ଏବେ ପଡ଼ିଛି ଚଡ଼କ । ଖବର ପାଇବା ପରେ ପୋଲିସ ଓ ବନ ବିଭାଗ ଗୁଣାଦୋଳା ଗ୍ରାମରେ ପହଞ୍ଚି ଘଟଣାକୁ ଅନୁଧ୍ୟାନ କରିଛନ୍ତି । ସୂଚନାଯୋଗ୍ୟ ଯେ, ଗତବର୍ଷ ଅଗଷ୍ଟ ମାସରେ ଅଜଣା ଜନ୍ତୁର ପାଦଚିହ୍ନକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା । ଦୁଇବର୍ଷ ତଳେ ନିଆଳି ବ୍ଲକ ଅଧିନ ବିଭିନ୍ନ ଗ୍ରାମରେ ଅଜଣା ଜନ୍ତୁ ଶତାଧିକ ମେଣ୍ଢାଙ୍କ ମୃତ୍ୟୁର କାରଣ ସାଜିଥିଲା । ବର୍ତ୍ତମାନ କଣ୍ଟାପଡ଼ା ବ୍ଲକରେ ପୁଣି ଥରେ ପୁରୁଣା ଆତଙ୍କର ପୁନରାବୃତ୍ତି ଘଟିଛି ।

Get real time updates directly on you device, subscribe now.