fbpx
BJD SKY
BJD SKY

420- ଡ୍ରାଇଭର: ମାଲିକାଣୀଙ୍କ ଅଜାଣତରେ ଚଳୁ କରିଦେଲା ୧୦ ଲକ୍ଷ ଟଙ୍କା, ସ୍ତ୍ରୀ ଓ ମା’ଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିଲା ଟଙ୍କା

BJD

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ମାଲିକାଣୀଙ୍କ ବ୍ୟାଙ୍କ ଆକାଉଣ୍ଟରୁ ପ୍ରାୟ ୧୦ ଲକ୍ଷ ଟଙ୍କା ଗାଏବ କରିବା ଅଭିଯୋଗରେ କମିଶନରେଟ୍‌ ପୋଲିସ୍‌ ଅଭିଯୁକ୍ତ ଡ୍ରାଇଭରକୁ ଗିରଫ କରିଛି । ଗିରଫ ଅଭିଯୁକ୍ତର ନାଁ ମନୋଜ ମାହାନା (୩୫) । ତା’ ଘର ଡମଣାର ଗୋପୀନାଥ ସାହିରେ । ସେ ଚନ୍ଦ୍ରଶେଖରପୁରର ଡ. ଗୌରୀ ଦାସ (୭୧)ଙ୍କ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ । ମନୋଜଠାରୁ ପୋଲିସ୍‌ ଦୁଇଟି ମୋବାଇଲ୍‌ ଫୋନ୍‌, ୩ଟି ସିମ୍‌, ୪ଟି ବ୍ୟାଙ୍କ୍‌ ପାସ୍‌ ବୁକ୍‌ , ୩ଟି ଏଟିଏମ୍‌ କାର୍ଡ ଓ ଗୋଟିଏ ଆଧାରକାର୍ଡ ଜବତ କରିଛି । ଅଭିଯୋଗ ଅନୁଯାୟୀ, ମଝିରେ ଗୌରୀ ଦାସ ଅସୁସ୍ଥ ଥିଲେ । ସେଥିପାଇଁ ଏକ ଘରୋଇ ଡାକ୍ତରଖାନାରେ ଭର୍ତି ହୋଇଥିଲେ । ସେ ଡାକ୍ତରଖାନାରେ ପଡ଼ିଥିବା ସମୟରେ ତାଙ୍କ ଆକ୍ସିସ ବ୍ୟାଙ୍କ ଆକାଉଂଟରୁ ଅଜଣା ଲୋକଙ୍କ ଆକାଉଂଟକୁ ଟଙ୍କା ଟ୍ରାନ୍ସଫର ହୋଇଥିଲା । ବ୍ୟାଙ୍କ ପାସ୍‌ ବୁକ୍‌ ଅପ୍‌ ଡେଟ୍‌ କରିବା ପରେ ସେ ୯.୯୫ ଲକ୍ଷ ଟଙ୍କା ଟ୍ରାନ୍ସଫର ହୋଇଥିବା ଜାଣିବାକୁ ପାଇଥିଲେ । ତାଙ୍କ ମୋବାଇଲ୍‌ ରୁ ଫୋନ୍‌ ପେ’ ମାଧ୍ୟରେ ଏହି ସବୁ ଟଙ୍କା ଟ୍ରାନ୍ସଫର କରାଯାଇଥିଲା । ଏନେଇ ସେ ଥାନାରେ ଅଭିଯୋଗ କରିଥିଲେ ।

ସୂଚନା ଅନୁଯାୟୀ ମନୋଜ ଗୌରୀ ଦାସଙ୍କ ମୋବାଇଲରେ ଫୋନ୍‌ ପେ’ ଆପ୍‌ ଡାଉନ୍‌ ଲୋଡ୍‌ କରି ପର୍ଯ୍ୟାୟ କ୍ରମେ ଟଙ୍କା ଟ୍ରାନ୍ସଫର କରିଥିଲା । ମନୋଜ ତା’ ସ୍ତ୍ରୀ ଓ ମା’ଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରିଥିଲା । ଏହା ସହିତ ନିଜ ଆକାଉଂଟକୁ ମଧ୍ୟ ଟଙ୍କା ପଠାଇଥିଲା ।

Get real time updates directly on you device, subscribe now.