fbpx

ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ, ୪୩ମୃତ

ନୂଆଦିଲ୍ଲୀ, ୮ା୧୨: ଦିଲ୍ଲୀ ସ୍ଥିତ ଝାନସୀ ରୋଡ଼୍ ଅନାଜ ମଣ୍ଡିରେ ଭୟାବହ ଅଗ୍ନିକାଣ୍ଡ ହୋଇଥିବା ଜଣାପଡ଼ିଛି । ନିଆଁ ଲାଗି ସେଠାରେ ୪୩ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ୧୫ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ସେମାନଙ୍କର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ନିଆଁରେ ଫସିଥିବା ୫୬ ଲୋକଙ୍କୁ ଉଦ୍ଧାର କରିଛି ଦମକଳ ବାହିନୀ । ୫ଟି ହସ୍ପିଟାଲରେ ଆହତକଙ୍କୁ ଚିକିତ୍ସା କରାଯାଉଛି । ସେଠାରେ ସଟ୍ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସୂଚନା ମିଳିଛି । ନିଆଁରୁ ଉଦ୍ଦାର କରିବା ପାଇଁ ୩୦ଟି ଦମକଳ ଲାଗିଥିବା ବେଳେ ୨୬ଟି ଆମ୍ବୁଲାନ୍ସ ନିୟୋଜିତ ହୋଇଥିଲା । ବହୁ ସମୟ ପରେ ନିଆଁକୁ ଆୟତ କରିଥିଲା ଦମକଳ ବାହିନୀ ।

Get real time updates directly on you device, subscribe now.