fbpx

ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି

ଭୁବନେଶ୍ୱର,୭ା୧୨(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପହଞ୍ଚିଛନ୍ତି । ବାୟୁସେନାର ସ୍ୱତନ୍ତ୍ର ବିମାନରେ ସେ ଆସିଛନ୍ତି । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଆସିଛନ୍ତି । ତାଙ୍କୁ ବିମାନବନ୍ଦରରେ ସ୍ୱାଗତ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ଏବଂ ସାଂସଦ ଅପରାଜିତା ଷଡ଼ଙ୍ଗୀ ।

ବିମାନବନ୍ଦରରୁ ରାଷ୍ଟ୍ରପତି କୋବିନ୍ଦ ସିଧାସଳଖ ରାଜଭବନ ଅଭିମୁଖେ ଯିବେ ବୋଲି ସୂଚନା ମିଳିଛି । ସେଠାରେ ରାଷ୍ଟ୍ରପତି ରାତ୍ରି ଯାପନ କରିବେ। ଆସନ୍ତାକାଲି ସକାଳେ ରାଷ୍ଟ୍ରପତି ଖୋର୍ଦ୍ଧାର ବରୁଣେଇ ଅଭିମୂଖେ ଯାତ୍ରା କରିବେ। ପାଇକ ବିଦ୍ରୋହ ୨୦୦ ବର୍ଷ ପୂର୍ତ୍ତ ଅବସରରେ ସହିଦ ସ୍ମାରକୀର ଶିଳାନ୍ୟାସ କରିବେ । ଏହା ସହ ଖୋର୍ଦ୍ଧା ବରୁଣେଇରେ ସ୍ମାରକୀର ଶିଳାନ୍ୟାସ କରିବେ ରାଷ୍ଟ୍ରପତି । ଏଥି ସହ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲି ଉତ୍ସବରେ ମଧ୍ୟ ରାଷ୍ଟ୍ରପତି ଯୋଗଦେବେ ।

ତେବେ ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଏଥି ପାଇଁ କମିଶନରେଟ୍ ପୁଲିସ ପକ୍ଷରୁ ପ୍ରାୟ ୫୦ ପ୍ଲାଟୁନ୍ ପୁଲିସ ମୁତୟନ କରାଯିବାର ସୂଚନା ମିଳିଛି । ସୁରକ୍ଷା ଦାୟିତ୍ୱରେ ରହିବେ ଡିସିପି ଅନୁପ କୁମାର ସାହୁ । ଏହା ସହ ଭୁବନେଶ୍ୱର ବିମାନବନ୍ଦର, ରାଜଭବନ, ଖୋର୍ଦ୍ଧା ବରୁଣେଇ ପୀଠ, ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

Get real time updates directly on you device, subscribe now.