fbpx

୪୩ ପ୍ରତିଶତ ଭାରତୀୟ ବ୍ୟାନ୍ କରିଛନ୍ତି ଚୀନ୍ ସାମଗ୍ରୀ: ଡ୍ରାଗନକୁ ମିଳିଲା ଗଲୱାନ୍ ସଂଘର୍ଷର କଡ଼ା ଜବାବ

ନୂଆଦିଲ୍ଲୀ: ଗତ ବର୍ଷ ଜୁନ ୧୫ ତାରିଖରେ ଲଦ୍ଦାଖ ନିକଟବର୍ତ୍ତୀ ଗଲୱାନ ଘାଟିରେ ଚୀନ ଓ ଭାରତୀୟ ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା । ଏଥିରେ ଭାରତୀୟ ସେନାର ୨୦ ଜଣ ଯବାନ ସହିଦ ହୋଇଥିବାବେଳେ ଭାରତ ତୁଳନାରେ ଅଧିକ ମାତ୍ରାରେ ଚୀନ ସୈନ୍ୟ ପ୍ରାଣ ହରାଇଥିଲେ ବୋଲି ପରବର୍ତ୍ତୀ ସମୟରେ ରିପୋର୍ଟ ପ୍ରକାଶ ପାଇଥିଲା । । ଏହି ସଂଘର୍ଷରେ ଶତ୍ରୁପକ୍ଷକୁ ଦମନ କରିବାରେ ବିହାର ରେଜିମେଣ୍ଟ ନିଜର ପରାକ୍ରମ ଦେଖାଇଥିଲା । ତେବେ ଭାରତ କେବଳ ଯୁଦ୍ଧ କ୍ଷେତ୍ରରେ ଜବାବ ଦେଇନାହିଁ, ଆର୍ଥିକ କ୍ଷେତ୍ରରେ ମଧ୍ୟ ଚୀନକୁ ପଛକୁ ଠେଲି ଦେଇଛି । ଗତ ଏକ ବର୍ଷ ମଧ୍ୟରେ ଭାରତୀୟମାନେ ଚୀନ ସାମଗ୍ରୀକୁ ବ୍ୟାନ କରିଛନ୍ତି । କମ୍ୟୁନିଟି ସୋସିଆଲ ମିଡିଆ ପ୍ଲାଟଫର୍ମ ଲୋକାଲ ସର୍କଲସର ଏକ ସର୍ଭେ ଅନୁଯାୟୀ, ୪୩ ପ୍ରତିଶତ ଭାରତୀୟ ଏକ ବର୍ଷ ମଧ୍ୟରେ ଚୀନର କୌଣସି ସାମଗ୍ରୀ କିଣି ନାହାନ୍ତି ।

ଗଲୱାନ ଘଟଣା ପରେ କେନ୍ଦ୍ର ସରକାର ଡ୍ରାଗନ ପ୍ରତି କଠୋର ମନୋଭାବ ପ୍ରତିପୋଷଣ କରିଥିଲେ । ଭାରତ ସରକାର ଚୀନର ୧୦୦ରୁ ଅଧିକ ଆପକୁ ବ୍ୟାନ କରିଦେଇଥିଲେ । ଟିକଟକ୍, ଅଲୀ ଏକ୍ସପ୍ରେସ ପରି ଅନେକ ଲୋକପ୍ରିୟ ଆପ ଏହି ଲିଷ୍ଟରେ ସାମିଲ୍ ରହିଥିଲା । ଏହି ସର୍ଭେରେ ଦେଶର ୨୮୧ଟି ଜିଲ୍ଲାର ୧୮ ହଜାର ଲୋକଙ୍କୁ ସାମିଲ୍ କରାଯାଇଥିଲା । ଚୀନ ସାମଗ୍ରୀ ଶସ୍ତା ହୋଇଥିବାରୁ ଅର୍ଥ ବଞ୍ଚାଇବା ଉଦ୍ଦେଶ୍ୟରେ ଅନେକ ଲୋକ ଏହାକୁ କିଣିଥାନ୍ତି ବୋଲି ୭୦ ପ୍ରତିଶତ ଲୋକ କହିଛନ୍ତି । ଆଉ କିଛି ଲୋକ କ୍ୱାଲିଟି ଦୃଷ୍ଟିରୁ ମଧ୍ୟ ଚୀନ ସାମଗ୍ରୀକୁ ଆପଣାଇଥାନ୍ତି । ୧୪ ପ୍ରତିଶତ ଲୋକ କହିଛନ୍ତି ଯେ, ସେମାନେ ୩ରୁ ୫ ପ୍ରତିଶତ ସାମଗ୍ରୀ କିଣିଛନ୍ତି । ଏହାଛଡ଼ା ୭ ପ୍ରତିଶତ ଲୋକ ୫ରୁ ୧୦ ପ୍ରକାର ସାମଗ୍ରୀ କିଣିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.