fbpx

୪୩ ବର୍ଷରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ପ୍ରଭାସ, ଜାଣନ୍ତୁ କିଏ ତାଙ୍କ ଜୀବନସାଥି

AAKASH

ମୁମ୍ବାଇ : ପ୍ରଶଂସକ ମାନେ ତାଙ୍କ ଫିଲ୍ମକୁ ଅପେକ୍ଷା କରିଥିବା ବେଳେ ଏବେ ତାଙ୍କ ବାହାଘରକୁ ନେଇ ଚର୍ଚ୍ଚା ଜୋର ଧରିଛି । ପ୍ରଭାସଙ୍କ ପ୍ରଶଂସକ ଜାଣିବାକୁ ଚାହୁଛନ୍ତି ସେ କାହାକୁ ବିବାହ କରିବାକୁ ଚାହୁଛନ୍ତି । ପ୍ରଭାସ ଏହା ଉପରେ କିଛି କହି ନାହାନ୍ତି । କିନ୍ତୁ ତାଙ୍କ ଖୁଡି ସବୁ କଥା ପ୍ରକାଶ କରିଛନ୍ତି । ପ୍ରଭାସଙ୍କ ଖୁଡି ଶ୍ୟାମଲା ଦେବୀ ପ୍ରଭାସଙ୍କ ବିବାହକୁ ନେଇ କହିଛନ୍ତି ବିବାହ ନିଶ୍ଚିତ ହେବ ଏବଂ ତାଙ୍କୁ ଦୁର୍ଗାମାତା ଆର୍ଶିବାଦ କରିବେ । ଏହା ଛଡା ତାଙ୍କ ଖୁଡି କହିଛନ୍ତି ତାଙ୍କ ଦାଦାଙ୍କ ଆର୍ଶିବାଦ ମଧ୍ୟ ପ୍ରଭାସଙ୍କ ଉପରେ ସବୁବେଳେ ରହିଛି । ଯେତେବେଳେ ମଧ୍ୟ ପ୍ରଭାସଙ୍କର ବିବାହ ହେବ ସେତେବେଳେ ମିଡିଆଙ୍କୁ ଏଥିରେ ସାମିଲ କରାଯିବ ।

କାରଣ ତାଙ୍କ ବିବାହ ସବୁବେଳେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି । ଶ୍ୟାମଲା ଦେବୀ, କୃଷ୍ଣ ରାଜୁଙ୍କ ପତ୍ନୀ । ମଙ୍ଗଳବାର ଦିନ ସେ ବିଜୟୱାଡା କନକ ଦୂର୍ଗା ମନ୍ଦିରକୁ ଯାଇଥିଲେ । ଯେଉଁଠାରେ କଥା ହେବା ସମୟରେ ସେ ତାଙ୍କ ପତ୍ନୀଙ୍କ ବିଷୟରେ ମଧ୍ୟ କହିଥିଲେ । ପ୍ରଭାସଙ୍କ ଖୁଡିକ କହିବା ଅନୁସାରେ ତାଙ୍କ ପତି ଏବେ ଆଉ ଦୁନିଆରେ ନାହାନ୍ତି କିନ୍ତୁ ତାଙ୍କୁ ଆଜି ମଧ୍ୟ ଅନୁଭୂତ ହୁଏ ସେ ତାଙ୍କା ପାଖା ପାଖି ଅଛନ୍ତି ବୋଲି । ପ୍ରଭାସଙ୍କର ପରବର୍ତ୍ତି ଫିଲ୍ମ ୨୨ ଡିସେମ୍ବରରେ ରିଲିଜ ହେବ । ପ୍ରଥମେ ଏହା ୨୨ ସେପ୍ଟେମ୍ବରରେ ରିଲିଜ ହେବାକୁ ଥିଲା କିନ୍ତୁ କାମ ସରିନଥିବାରୁ ରିଲିଜ ଡେଟକୁ ଆଗକୁ ଘୁଞ୍ଚାଯାଇଥିଲା ।

Get real time updates directly on you device, subscribe now.