fbpx
BJD SKY
BJD SKY

ରାଜ୍ୟରେ କମୁନି ମୃତ୍ୟୁସଂଖ୍ୟା: ଆଜି କରୋନାରେ ୪୪ ଜଣଙ୍କ ମୃତ୍ୟୁ

BJD

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ ସତେ ଯେମିତି କରୋନା ଘର କରି ନେଇଛି । ଯେତେ କଟକଣା ଲାଗୁ ହେଲେ ମଧ୍ୟ ମୃତ୍ୟୁ ସଂଖ୍ୟାରେ ଲାଗି ପାରୁନି ରୋକ୍ । ଗୋଟିଏ ପଟେ ସଂକ୍ରମଣ ହ୍ରାସ ପାଉଥିବା ବେଳେ ଅନ୍ୟପଟେ ମୃତକଙ୍କ ସଂଖ୍ୟା ବୃଦ୍ଧି ପ୍ରଶାସନର ନିଦ ହଜାଇ ଦେଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୪ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୩୩୪୬କୁ ବୃଦ୍ଧି ପାଇଛି । ଆଜି ଖୋର୍ଦ୍ଧାରୁ ସର୍ବାଧିକ ୫ ଜଣ ମୃତ୍ୟୁବରଣ କରିଛନ୍ତି । ସେହିପରି ବାଲେଶ୍ୱର, ବରଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ପୁରୀ, ରାୟଗଡ଼ା ଓ ସୁନ୍ଦରଗଡ଼ରୁ ୩ ଜଣ ଲେଖାଏଁ, ଅନୁଗୁଳ, କଳାହାଣ୍ଡି, ନୟାଗଡ଼ରୁ ୨ ଜଣ ଲେଖାଏଁ, ଭଦ୍ରକ, ବଲାଙ୍ଗିର, ଢେଙ୍କାନାଳ, ଗଞ୍ଜାମ, ଝାରସୁଗୁଡ଼ା, ସମ୍ବଲପୁରରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

Get real time updates directly on you device, subscribe now.