fbpx

ରାଜ୍ୟବାସୀଙ୍କୁ ରଜ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (ଓଡିଶା ଭାସ୍କର): ଗଣପର୍ବ ରଜ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରଜ ହେଉଛି ଓଡ଼ିଶାର ଏକ ଅନନ୍ୟ ପରମ୍ପରା, ଯାହାକି ଘରେ ଘରେ ପାଳନ କରାଯାଇଥାଏ । ଏହି ପର୍ବ ହେଉଛି ପ୍ରକୃତି, ବସୁଧା ଓ ନାରୀଙ୍କୁ ସମ୍ମାନ ଜଣାଇବାର ପର୍ବ । କୋଭିଡ୍ ସମୟରେ ସମସ୍ତେ ପରିବାର ସହ ଘରେ ରହି ରଜ ପାଳନ କରନ୍ତୁ । ସଚେତନତା ଓ ସହଯୋଗ ବଳରେ ଆମେ କରୋନା ଯୁଦ୍ଧରେ ଜିତି ପାରିବା ବୋଲି ସେ କହିଥିଲେ । ରଜପର୍ବ ଅବସରରେ ଓଟିଡିସିର ପାନ୍ଥନିବାସ ଓ ମିଶନ ଶକ୍ତି ମା’ମାନଙ୍କ ସହାୟତାରେ ଆୟୋଜନ କରାଯାଇଥିବା ‘ପିଠା ଅନ୍ ହ୍ୱିଲ୍’କୁ ମୁଖ୍ୟମନ୍ତ୍ରୀ ନିଜ ବାର୍ତ୍ତା ମାଧ୍ୟମରେ ଶୁଭେଚ୍ଛା ଜଣାଇଥିଲେ ।

Get real time updates directly on you device, subscribe now.