fbpx
BJD SKY
BJD SKY

(Video) ଦିନକୁ ୭ ଟଙ୍କା ଦେଲେ ମିଳୁଛି ୫ ହଜାର ଟଙ୍କା: କେନ୍ଦ୍ର ସରକାରଙ୍କ ଏହି ଯୋଜନାରେ ମିଳିବ ଖୁବ୍ ଫାଇଦା

BJD

ସାଧାରଣ ଜନତାଙ୍କ ପାଇଁ ସରକାର ବିଭିନ୍ନ ପ୍ରକାରର ଯୋଜନା ପ୍ରଣୟନ କରିଛନ୍ତି । ଭାରତର ମହିଳାଙ୍କ ପାଖରୁ ଆରମ୍ଭ କରି ଚାଷୀ ଏବଂ ଛାତ୍ରଛାତ୍ରୀମାନଙ୍କ ବିକାଶ ପାଇଁ ଆର୍ଥିକ କ୍ଷେତ୍ରରେ ସହଯୋଗର ହାତ ବଢାଇ ଦେଇଛନ୍ତି କେନ୍ଦ୍ର ସରକାର । ତେବେ ଅନେକ ଲୋକଙ୍କ ପାକରେ ଏହାର ସଠିକ ସୂଚନା ପହଞ୍ଚି ନ ପାରିବାରୁ ସେମାନେ ଏହାର ଫାଇଦା ଉଠାଇ ପାରୁ ନାହାନ୍ତି । ଯାହାଫଳରେ ସରକାରଙ୍କ ଅନେକ ଯୋଜନା ଅର୍ଥହୀନ ହୋଇ ପଡ଼ିଛି । ତେବେ ବର୍ତ୍ତମାନ ଏଭଳି ଏକ ଯୋଜନା ବିଷୟରେ ଆଲୋଚନା କରିବା, ଯାହାଦ୍ୱାରା ବିଭିନ୍ନ ବର୍ଗର ଲୋକେ ଏହାର ଫାଇଦା ଉଠାଇପାରିବେ ।

କର୍ମମୟ ଜୀବନ ପରେ, ସଭିଏଁ ଆରାମ ଦାୟକ ଜୀବନ ବିତାଇବାକୁ ଚାହାଁନ୍ତି । କିନ୍ତୁ ପରିଣତ ବୟସରେ, ଏମିତି ଅନେକ ଲୋକ ଅଛନ୍ତି, ଯେ କଷ୍ଟ ଦାୟକ ଜୀବନ ବିତାଇଥାନ୍ତି । ତେବେ ଆପଣ ଯଦି ପରିଣତ ବୟସରେ ଆରାମ ଦାୟକ ଜୀବନ ଅତିବାହିତ କରିବାକୁ ଚାହାଁନ୍ତି, ତାହେଲେ କେନ୍ଦ୍ର ସରକାରଙ୍କ ଏହି ଯୋଜନାରେ ସାମିଲ ହୁଅନ୍ତୁ । ଦିନକୁ ମାତ୍ର ୭ ଟଙ୍କା ବିନିଯୋଗରେ, ୫ ହଜାର ଟଙ୍କାର ଲାଭ ଉଠାନ୍ତୁ । ଯଦି ଆପଣ ଦିନକୁ ୭ ଟଙ୍କା ବିନିଯୋଗ କରିବାରେ ସକ୍ଷମ ନୁହନ୍ତି, ତାହେଲେ ମନ ଦୁଃଖ କରିବାର ନାହିଁ । କାରଣ ଆଉ ଏକ ଅଫର ଅଛି ଆପଣଙ୍କ ପାଇଁ । ଯଦି ୭ ଟଙ୍କା ବିନିଯୋଗ କରିବାରେ ସକ୍ଷମ ନୁହନ୍ତି, ତାହେଲେ ଏକ ଟଙ୍କା ୪୦ ପଇସା ବିନିଯୋଗ କରି ପାରିବେ । ଆଉ ପ୍ରତ୍ୟକ ମାସରେ ୧ ହଜାର ଟଙ୍କାର ଲାଭ ଉଠାଇ ପାରିବେ । ଅଟଳ ପେନସନ୍ ଯୋଜନାରେ, ୧୮ ରୁ ୪୦ ବର୍ଷ ବୟସର ବ୍ୟକ୍ତି ମାନେ ସାମିଲ ହୋଇ ପାରିବେ ।

ସୂଚନା ଅନୁସାରେ, ୨୦୧୫-୧୬ ମଧ୍ୟରେ ଅଟଳ ପେନସନ୍ ଯୋଜନା ଆରମ୍ଭ କରାଯାଇଥିଲା, ଏବଂ ୨୦୨୨ ରେ ଟିକସଦାତା ନିୟମ ଲାଗୁ କରାଯାଇଥିଲା । ଯଦି ଆପଣ ଦିନକୁ ୭ ଟଙ୍କା ବିନିଯୋଗ କରିବେ, ଅର୍ଥାତ ମାସକୁ ୨୧୦ ଟଙ୍କା ଜମା କରିବେ, ତାହେଲେ ଆପଣଙ୍କୁ ଯେତେବେଳେ ୬୦ ବର୍ଷ ହୋଇଯିବ, ପ୍ରତି ମାସରେ ମିଳିବ ୫ ହଜାର ଟଙ୍କା । ଯଦି ଆପଣ ଦିନକୁ ଏକ ଟଙ୍କା ୪୦ ପଇସା ବିନିଯୋଗ କରିବେ, ଅର୍ଥାତ ମାସକୁ ୪୨ ଟଙ୍କା ଜମା କରିବେ, ତାହେଲେ ୬୦ ବର୍ଷ ପରେ ଆପଣଙ୍କୁ ପ୍ରତି ମାସରେ ମିଳିବ ୧ ହଜାର ଟଙ୍କା । କେବଳ ସେତିକି ନୁହେଁ ପେନସନ୍‌ ପାଉଥିବା ବ୍ୟକ୍ତିଙ୍କର ଯଦି ମୃତ୍ୟୁ ହୋଇଯାଏ, ତାହେଲେ ତାଙ୍କ ପତି କିମ୍ବା ପତ୍ନୀ ମଧ୍ୟ ପେନସନ୍ ପାଇବେ ।

Get real time updates directly on you device, subscribe now.