fbpx
BJD SKY
BJD SKY

ଟି-ସାର୍ଟରେ ଫିଟ୍ ହୋଇ ପୁରା ଦିନ ଥଣ୍ଡା ପବନ ଦେବ ପକେଟ୍ ଏସି, ଜାଣନ୍ତୁ କେତେ ରହିଛି ମୂଲ୍ୟ

BJD

ଓଡ଼ିଶା ଭାସ୍କର: ଯଦି ଆପଣ ଭୀଷଣ ଗରମକୁ ନେଇ ଅତିଷ୍ଠ ହୋଇ ପଡିଛନ୍ତି ତେବେ ଆଉ ଚିନ୍ତା କରନ୍ତୁ ନାହିଁ । କାରଣ ସୋନି ବଜାରକୁ ଆଣିଛି ଏହାର ସମାଧାନ । ସୋନି ଏକ ନୂଆ ପିନ୍ଧିବାଯୋଗ୍ୟ ଡିଭାଇସ୍ ଘୋଷଣା କରିଛି । ଏହା ଏକ ପନ୍ଧିବାଯୋଗ୍ୟ ଏୟାର କଣ୍ଡିସନର ଯାହାକୁ ରିଅନ୍ ପକେଟ୍ ୫ କୁହାଯାଏ । ଏହା ୱିୟରବେଲ୍ ଫ୍ୟାନର ଏକ ସୁନ୍ଦର ବିକଳ୍ପ । ଏହାକୁ ସାର୍ଟ କିମ୍ବା ଟି-ସାର୍ଟ ପଛରେ ଲଗାଇ ପାରିବେ । ଏହା ଆପଣଙ୍କୁ ସାରା ଦିନ ଗରମରୁ ରକ୍ଷା କରିବ ।

Sony Reon Pocket 5 ଏକ ପିନ୍ଧିବାଯୋଗ୍ୟ କ୍ଲାଇମେଟ୍ କଣ୍ଟ୍ରୋଲ ଡିଭାଇସ୍ ଯାହାର ଲକ୍ଷ୍ୟ ଯାତ୍ରା ସମୟରେ ୟୁଜର୍ସଙ୍କୁ ଆରାମ ଦେବା । ଏହି ଡିଭାଇସ୍ ଥର୍ମୋ ମୋଡ୍ୟୁଲ ସହ ଆସିଥାଏ । ଏହାର କିଛି ସେନସର୍ସ ରହିଛି ଯାହା ଟେମ୍ପେରେଚର, ହ୍ୟୁମିଡିଟି ଓ ମୋସନ ସହ ଜଡିତ ।

ଏହି Sony Reon Pocket 5 କୁଲିଂ ଓ ହିଟିଂ ଉଭୟକୁ ସପୋର୍ଟ କରିଥାଏ । ତେଣୁ ଆପଣ ଗରମ ଓ ଥଣ୍ଡା ଉଭୟ ଋତୁରେ ଏହାର ଉପଯୋଗ କରିପାରିବେ । ଏହା ୫ କୁଲିଂ ଲେବୁଲ୍ ଓ ୪ ୱାର୍ମିଂ ଲେବୁଲ ସହ ଆସିଥାଏ । ଏହା ଏକ ରିମୋଟ୍ ସେନସର ରୂପରେ କାମ କରିଥାଏ ଯାହା ଆଖପାଖ ତାପମାତ୍ରା ବିଷୟରେ ଖବର ରଖି ସେହି ଅନୁଯାୟୀ ଆପଣଙ୍କ ଶରୀରକୁ ଥଣ୍ଡା ରଖିଥାଏ । ଏହାକୁ ନୂଆ ରିଅନ୍ ପକେଟ୍ ଆପ୍ ସହ ବି ପେୟାର କରାଯାଇପାରିବ । ଏହି ଆପ୍ ଆଇଓଏସ୍ ଓ ଆଣ୍ଡ୍ରଏଡ୍ ଫୋନ୍‌ରେ ଉପଲବ୍ଧ । ଏହି ଡିଭାଇସ୍ ବ୍ଲୁଟୁଥ୍ ମାଧ୍ୟମରେ କନେକ୍ଟ ହୋଇଥାଏ । ଏହା ଅଟୋ ଷ୍ଟାର୍ଟ ଓ ଅଟୋ ଷ୍ଟପ ହୋଇଥାଏ ।

ଏହାର ମୂଲ୍ୟ ମାତ୍ର ୯,୦୦୦ଟଙ୍କା ରହିଛି । ଏହା ଏବେ କେବଳ ଜାପାନ ଓ ହଙ୍ଗକଙ୍ଗରେ ଉପଲବ୍ଧ । ଆଗକୁ ସୋନି ଏହାକୁ ଲଣ୍ଡନ ମାର୍କେଟରେ ଆଣିବ । ତେବେ ଏସିଆରେ ଏହା କେବେ ଆସିବ ସେ ବିଷୟରେ ସୂଚନା ମିଳିନାହିଁ ।

Get real time updates directly on you device, subscribe now.