fbpx

(Video) ମୋଦୀ ଗ୍ୟାରେଣ୍ଟି vs ନବୀନ ଗ୍ୟାରେଣ୍ଟି vs କଂଗ୍ରେସ ଗ୍ୟାରେଣ୍ଟି: କାହା ଗ୍ୟାରେଣ୍ଟି ଉପରେ ଭୋଟରଙ୍କ ଭରସା? କିଏ ମାରିବ ବାଜି?

Advertisement

ଓଡ଼ିଶା ଭାସ୍କର: ଚଳିତ ନିର୍ବାଚନ ପାଇଁ କମ୍ପୁଛି ଓଡ଼ିଶାର ରାଜନୀତି ମଇଦାନ । ଓଡ଼ିଶାରେ ଆସନ କବଜା କରିବା ପାଇଁ ରାଜ୍ୟକୁ ପ୍ରତିଦିନ କେନ୍ଦ୍ରରୁ ଓଡିଶାକୁ ଛୁଟୁଛି ନେତାଙ୍କ ସୁଅ । ଓଡିଶାରୁ ବହୂମତ ପାଇବାକୁ ପ୍ରାୟ ପ୍ରତ୍ୟେକ ଦଳ ଘନଘନ ଓଡ଼ିଶା ଗସ୍ତ ରାଜ୍ୟବାସୀଙ୍କ ହୃଦୟ ଜିତିବା ପାଇଁ ପ୍ରୟାସ ଜାରି ରଖିଛନ୍ତି  । ତେବେ ଏଇ ଭିତରେ ଓଡ଼ିଶାରେ ପ୍ରଥମ ପର୍ୟ୍ୟାୟ ଭୋଟ ସାରିଥିବା ବେଳେ ଆହୁରି ୩ ଟି ପର୍ୟ୍ୟାୟ ମତଦାନ ବାକି ରହିଛି  । ଏହାକୁ ଦୃଷ୍ଟିରେ ରଖି ୩ ପ୍ରମୁଖ ଦଳ ନିଜ ନିଜ ରଣନୀତି ଅନୁସାରେ ପ୍ରଚାର ପ୍ରସାର , ରୋଡ଼ ସୋ କରି ନିଜ ନିଜର ଶକ୍ତି ପ୍ରଦର୍ଶନ କରୁଛନ୍ତି  । ସବୁଠୁ ଆଶ୍ଚର୍ୟ୍ୟର କଥା ଗୋଟିଏ ଶବ୍ଦ ଉପରେ ୩ ଦଳ ବେଶ ଗୁରୁତ୍ୱ ଦେଉଛନ୍ତି  । ସେ ଶବ୍ଦ ହେଉଛି ଗ୍ୟାରେଂଟି  । ୩ ପ୍ରମୁଖ ଦଳ ବିଜେପି -ବିଜେଡି ଓ କଂଗ୍ରେସ ଗ୍ୟାରେଣ୍ଟି କୁ ନେଇ ନିଜ ନିଜ ଇସ୍ତାହାର ଜାରି କରିଥିବା ବେଳେ ଏହି ଗ୍ୟାରେଣ୍ଟି ଶବ୍ଦକୁ ନେଇ ଏବେ ଚା ଖଟି ଠୁ ଆପାର୍ଟମେଣ୍ଟ ଯାଏ ସବୁଠି ଚର୍ଚା ଜୋର ଧରୁଛି  । ଏଇ ଶବ୍ଦକୁ ନେଇ କେତେ ତର୍କ , କେତେ ବିତର୍କ  । ଯୋଉଠି ଦେଖ ଗ୍ୟାରେଣ୍ଟି କୁ ନେଇ ଆଲୋଚନା ଓ ସମୀକ୍ଷା  । ତେବେ କାହା ଗ୍ୟାରେଣ୍ଟି ରେ କେତେ ଦମ ସେଇଟା ବୁଝେଇବାକୁ ସବୁଦଳ ଲାଗିପଡିଛନ୍ତି  । ଜନତା ବି ଗ୍ୟାରେଣ୍ଟି ଦେଖିବା ସହ ପ୍ରାର୍ଥୀ ଦେଖି ଭୋଟ ବାଡ଼େଇବେ ବୋଲି କହୁଛନ୍ତି  । ତେବେ ୨୪ ନିର୍ବାଚନ ରେ କାହା ଗ୍ୟାରେଣ୍ଟି କେତେ ରେର୍ସ ରେ ଦୌଡ଼ି ସର୍ବପ୍ରଥମେ ପହଂଚିବ ଦେଖିବା ଆଗରୁ, ଆସନ୍ତୁ ଟିକେ ଆଲୋଚନା କରିବା କୋଉ ଦଳର କଣ ଗ୍ୟାରେଣ୍ଟି  ।

ଓଡ଼ିଶାରେ ସରକାର ଗଢିବାକୁ ପ୍ରାଣପଣେ ଚେଷ୍ଟା କରୁଥିବା ବିଜେପି , ମୋଦି ଗ୍ୟାରେଣ୍ଟି ଦେଖେଇ ଭୋଟର ଙ୍କୁ ଭୋଟ ମାଗୁଛି  । ଯଦି ବିଜେପି ଜିତେ ତେବେ , ପ୍ରଧାନମନ୍ତ୍ରୀ ସୂର୍ୟ୍ୟ ଯୋଜନାରେ ମାଗଣା ବିଜୁଳି, ୧୦୦ ଦିନରେ ଆୟୁଷ୍ମାନ ,୩ହଜାର ମୁଖ୍ୟମନ୍ତ୍ରୀ ସହାୟତା ଭତ୍ତା, ଓଡ଼ିଆ ରେ ଆଇନ , ମେଡିକାଲ ଓ ଇଞ୍ଜିନିଅରିଂ ପାଠ୍ୟକ୍ରମ , ୧୫ ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ , ରତ୍ନଭଣ୍ଡାର ତାଲା ଖୋଲିବା ,ଭକ୍ତଙ୍କ ପାଇଁ ଖୋଲିବା ଶ୍ରୀମନ୍ଦିର ଚାରି ଦ୍ୱାର, ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କା, ଏହାସହ ଧାନର MSP ୩୧୦୦ ଟଙ୍କା ।

ଏବେ ବିଜେଡି ଗ୍ୟାରେଣ୍ଟି ବା ନବୀନ ଗ୍ୟାରେଣ୍ଟି କଥା  । ଓଡ଼ିଶାରେ ଷଷ୍ଠ ଥର ପାଇଁ ସରକାର ଗଢିବାକୁ ବିଜେଡି ପ୍ରସ୍ତୁତ କରିଛି ନବୀନ ଗ୍ୟାରେଣ୍ଟି  । ନବୀନ ଗ୍ୟାରେଣ୍ଟି ଅନୁଯାୟୀ ୧୦୦ ୟୁନିଟ ଯାଏଁ ମାଗଣା ବିଜୁଳି, ମିଶନଶକ୍ତି ମହିଳାଙ୍କ ପାଇଁ ପେନ୍ସନ , ମିଶନଶକ୍ତି ମହିଳାଙ୍କ ପାଇଁ ୧୫ ଲକ୍ଷ ଯାଏ ବିନା ସୁଧରେ ଋଣ ,ଯୁବଶକ୍ତି ପାଇଁ ସ୍ପେସିଆଲ ବଜେଟ, ନୂଆ ଓ ଛାତ୍ର ବୃତିରେ ଛାତ୍ରୀଙ୍କୁ ୧୪ ଓ ଛାତ୍ରଙ୍କୁ ୧୨ ହଜାର, ୨ ଲକ୍ଷ ସରକାରୀ ଚାକିରୀ , BSKYରେ ରାଶି ବୃଦ୍ଧି , ସମସ୍ତଙ୍କୁ ରାସନ କାର୍ଡ ର ସୁବିଧା, ଯୋଗ୍ୟ ହିତାଧିକାରୀ ଙ୍କୁ ୧୦ ଲକ୍ଷ ଘର , ଝିଅ ବାହାଘର ପାଇଁ ୨୫ ହଜାର ସହାୟତା ରାଶି  ।

ଏବେ କଂଗ୍ରେସ ଗ୍ୟାରେଣ୍ଟି ଉପରେ ନଜର ପକାଇବା  । ବୋନସ ସହ ଧାନ MSP ୩ ହଜାର , କୃଷି ଋଣ ଛାଡ଼ , ଚାଷୀଙ୍କୁ ମାସିକ ୨ ହଜାର ଟଙ୍କା ପେନ୍ସନ , ୨୦୦ ୟୁନିଟ ଯାଏ ବିଜୁଳି ବିଲ ଛାଡ଼ , ଯୁବପିଢ଼ି ପାଇଁ ୫ ଲକ୍ଷ ସରକାରୀ ଚାକିରୀ , ବେକାରୀ ଭତ୍ତା ମାସିକ ୩ ହଜାର , SHG ଗୃପ ପାଇଁ ବ୍ୟାଙ୍କ ଋଣ ଛାଡ଼ , ଘରର ମୁଖ୍ୟ ମହିଳାଙ୍କୁ ଗୃହଲକ୍ଷ୍ମୀ ଯୋଜନାରେ ୨ ହଜାର ଟଙ୍କା , ୫୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର , ସମସ୍ତଙ୍କୁ ୧୫ ଲକ୍ଷ ର ମାଗଣା ଚିକିତ୍ସା ସୁବିଧା । ତେବେ ଏ ସବୁ ଗ୍ୟାରେଣ୍ଟି ଦେଖି ସାଧାରଣ ଜନତା କୋଉ ପଟକୁ ଢାଳୁଛନ୍ତି ସେଇଟା ଜଣା ପଡିବ ଜୁନ ୪ ରେ  । ଯାହା ପଲା ଭାରି ରହିବ ସେ ସରକାର ଗଢିବ  ।

Get real time updates directly on you device, subscribe now.