fbpx

ବିଜୟଙ୍କ ହାତ ଛାଡ଼ିଦେଲା ବିଜେପି: ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ ବହିଷ୍କୃତ

Advertisement

ଭୁବନେଶ୍ୱର: ନିର୍ବାଚନ ପାଇଁ ସାରା ଓଡ଼ିଶା କମ୍ପୁଥିବା ବେଳେ ବିଜେପି ନେଇଛି ଏକ ବଡ଼ ନିଷ୍ପତ୍ତି । ଦଳର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ପାର୍ଟିରୁ ବହିଷ୍କୃତ କରିଛି ବିଜେପି । ବିଜୟଙ୍କ ବିରୋଧରେ ଦଳବିରୋଧୀ କାର୍ଯ୍ୟ କରୁଥିବାର ଅଭିଯୋଗ ପରେ ତାଙ୍କୁ ଦଳରୁ ବହିଷ୍କୃତ କରିଛି ଭାରତୀୟ ଜନତା ପାର୍ଟି । ବିଜେପିର ରାଜ୍ୟ ସଭାପତିଙ୍କ ନିର୍ଦ୍ଦେଶକ୍ରମେ ଏହି କାଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜାଣିବାକୁ ମିଳିଛି । ତେବେ ବିଜୟ ମହାପାତ୍ରଙ୍କ ସମେତ ସାରଦା ପ୍ରଧାନ ଏବଂ ରାକେଶ ମଲ୍ଲିକ ମଧ୍ୟ ଦଳରୁ ବହିଷ୍କୃତ ହୋଇଛନ୍ତି ।

ସେପଟେ ବହିଷ୍କାର ପରେ ବିଜୟ ମହାପାତ୍ର ଏ ନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି । ଦଳରେ ନଥିବା ବ୍ୟକ୍ତିଙ୍କୁ କିଏ ଏବଂ କିପରି ବହିଷ୍କୃତ କକରିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ଦୀର୍ଘ ୫-୭ ବର୍ଷ ହେଲା ଦଳରେ ନଥିବା ପ୍ରକାଶ କରିଛନ୍ତି ବିଜୟ ମହାପାତ୍ର । ତେବେ ଏହି କଥା ରାଜ୍ୟ ବିଜେପି ସଭାପତିଙ୍କ ସମେତ ଅନ୍ୟ ସମସ୍ତେ ଜାଣିବା ପରେ ବି ବହିଷ୍କୃତ ଘଟଣାକୁ ସେ ପ୍ରଶ୍ନ କରିଛନ୍ତି । ଏହାସହିତ ବିଜେପି ନିଜକୁ ନିଜେ ଲୋକହସା କରୁଛି ବୋଲି ସେ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.