fbpx

ଗୋଟିଏ ପୁଅ ପାଇଁ ୯-୯ଟା ପିଲା ଜନ୍ମ କରିଛନ୍ତି…, ଲାଲୁଙ୍କୁ ଏପରି କଟାକ୍ଷ କଲେ ନୀତିଶ

ପାଟନା: ଲୋକସଭା ନିର୍ବାଚନ ଜାରି ରହିଛି ଓ ବିହାରରେ ଦେଶର ସରକାର ଗଠନ ଲାଗି ଲଢାଯାଉଥିବା ନିର୍ବାଚନରେ ପରିବାରବାଦ ପ୍ରସଙ୍ଗକୁ ନେଇ ବେଶ୍ ଚର୍ଚ୍ଚା ହେଉଛି । ବିହାରରେ ଏବେ ପରିବାରବାଦକୁ ନେଇ ସମସ୍ତଙ୍କ ଟାର୍ଗେଟ୍‌ରେ ଅଛନ୍ତି ଆରଜେଡି ମୁଖ୍ୟ ଲାଲୁ ଯାଦବ ଓ ତାଙ୍କ ପରିବାର । ଏହି କ୍ରମରେ ଶୁକ୍ରବାର ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କୁ ନେଇ ଏପରି କଟାକ୍ଷ କରିଛନ୍ତି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ନୀତିଶ କୁମାର କହିଛନ୍ତି, କହିଲ କେହି କ’ଣ ଏତେ ସଂଖ୍ୟାରେ ପିଲା ଜନ୍ମ କରେ? ଗୋଟିଏ ପୁଅ ପାଇବାକୁ ଜଣେ ବ୍ୟକ୍ତି ୯-୯ଟା ପିଲା ଜନ୍ମ କରିଦେଲେ ଓ ଏବେ ସେ ସମସ୍ତଙ୍କୁ ନେତା କରିବା ଲାଗି ଦିନ ରାତି ଲାଗି ପଡିଛନ୍ତି ।

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପରିବାରବାଦକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କୁ ଆକ୍ର୍ରମଣ କରି କହିଛନ୍ତି, ଆମେ ବି ରାଜନୀତି କରୁଛୁ କିନ୍ତୁ କେବେ ନିଜ ପରିବାରକୁ ଆଗକୁ ବଢାଇ ନାହୁଁ । କିନ୍ତୁ ଲାଲୁ ନିଜ ପରିବାରକୁ ନେଇ ସର୍ବଦା ଚିନ୍ତିତ ରହିଛନ୍ତି । ବିହାର ମୋତିହାରୀରେ ଏକ ନିର୍ବାଚନୀ ସଭାରେ ନୀତିଶ କୁମାର ଏହି ବୟାନ ରଖିଛନ୍ତି । ବିଜେପି ନେତା ବି ଲାଲୁ ଯାଦବ ଓ ଇଣ୍ଡିଆ ମେଣ୍ଟର ପରିବାରବାଦ ପ୍ରସଙ୍ଗକୁ ନେଇ ଆକ୍ରମଣାତ୍ମକ ହୋଇଛନ୍ତି ।

Get real time updates directly on you device, subscribe now.