fbpx
BJD SKY
BJD SKY

BIG BREAKING…ଦୁଇ ରାଜନୈତିକ ଗୋଷ୍ଠୀର ସମର୍ଥକଙ୍କ ମଧ୍ୟରେ ଗୁଳିକାଣ୍ଡ, ହଣାକଟା; ବିଜେଡିର ଜଣେ ସମର୍ଥକ ଗୁରୁତର

BJD

ନୟାଗଡ଼: ନୟାଗଡ଼ ବଉଳସାହି ଗାଁ’ରେ ଫୁଟିଲା ଗୁଳି ବୁଲିଲା ଖଣ୍ଡା । ଇଟାମାଟି ଥାନା ଅନ୍ତର୍ଗତ ବଉଳସାହି ଗାଁରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି । ଦୁଇ ରାଜନୈତିକ ଗୋଷ୍ଠୀର ସମର୍ଥକଙ୍କ ମଧ୍ୟରେ ଗୁଳିକାଣ୍ଡ , ହଣାକଟା ହୋଇଛି । ଏଥିରେ ବିଜେଡ଼ି ଦଳର ଜଣେ ସମର୍ଥକ ଗୁରୁତର ଆହତ ହୋଇଥିବା ବେଳେ ଦୁଇ ଜଣ ଆହାତ ହୋଇଛନ୍ତି । ଗୁରୁତର ଆହତ ଯୁବକ ପୃଥିରାଜ ଦଳବେହେରାଙ୍କୁ ଭୁବନେଶ୍ବର ସ୍ଥାନାନ୍ତରିତ କରାଯାଇଥିବା ବେଳେ ଆହତଙ୍କୁ ପ୍ରଥମେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି । ଅଭିଯୋଗ ଅନୁଯାୟୀ ପୃଥିରାଜ ଏବଂ ତା’ର ସାଙ୍ଗ ମାନେ ଗାଁ’ର ଜଗନ୍ନାଥ ମନ୍ଦିର ନିକଟରେ ବସିଥିବା ବେଳେ ବିରୋଧୀ ଗୋଷ୍ଠୀର ପାଞ୍ଚଜଣ ଯୁବକ ଦୁଇଟି ମୋଟର ସାଇକେଲରେ ଆସି ହଠାତ୍ ଗୁଳିମାଡ଼ କରିବା ଶହ ଖଣ୍ଡାରେ ଆକ୍ରମଣ କରିଛନ୍ତି ।

ଏହି ଘଟଣା ପରେ ବଉଳ ସାହି ଗାଁ’ରେ ଉତ୍ତେଜନା ପ୍ରକାଶ ପାଇଛି । ଅଭିଯୁକ୍ତ ମାନେ ଫେରାର ହୋଇଯାଇଥିବା ବେଳେ ଘଟଣାସ୍ଥଳରେ ଇଟାମାଟି ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘଟଣା କେଉଁ କାରଣରୁ ଗୁଳି କାଣ୍ଡ ଏବଂ ହଣାକଟା ହୋଇଛି ତାହା ଏପର୍ଯ୍ୟନ୍ତ ପୋଲିସ ପକ୍ଷରୁ କୋୖଣସି ସଠିକ୍ ସୂଚନା ମିଳିପାରିନାହିଁ । ସେପଟେ ଆହତ ଯୁବକ ମାନଙ୍କ ଅଭିଯୋଗ ଅନୁଯାୟୀ ଗାଁ’ରେ ବେଠି ଏବଂ ଗାଁ ପୋଖରୀର କୋଠ ମାଛ ଭାଗ ବଣ୍ଟାକୁ ନେଇ ରାଜନୈତିକ ଆକ୍ରୋଶ ରଖି ଅଭିଯୁକ୍ତ ମାନେ ଆକ୍ରମଣ କରିଥିବା ସୂଚନା ରହିଛି।

Get real time updates directly on you device, subscribe now.