fbpx
BSKY
BJD MC SKY
BJD YOUTH SKY

ଓଟିରେ ଗଡ଼ୁଛି ମଦ ବୋତଲ, ନାଁ ଅଛନ୍ତି ଡାକ୍ତର, ନାଁ ହେଉଛି ରେଜିଷ୍ଟ୍ରେସନ୍; ରେଡ୍ ପରେ ଖୋଲିଲା ୨୯ଟି ହସ୍ପିଟାଲର ଗୁମର

ଲକ୍ଷ୍ନୌ: ଗୋଟେ ପଟେ କରୋନା ମହାମାରୀ ପାଇଁ ସାଧାରଣ ଲୋକ ଖୁବ୍ ହନ୍ତସନ୍ତ ହେଉଛନ୍ତି । ରୋଗୀଙ୍କୁ ବେଡ୍ ନପାଇ ଅକାଳରେ ମୃତ୍ୟୁବରଣ କରୁଛନ୍ତି । କିନ୍ତୁ ଲକ୍ଷ୍ନୌର ହସ୍ପିଟାଲର ସ୍ଥିତି ସଠିକ୍ ପରିଚାଳନା ଅଭାବରେ ଶୋଚନୀୟ ହୋଇ ପଡ଼ିରହିଛି । ଏଠାରେ କିଛି ଘରୋଇ ହସ୍ପିଟାଲରେ ମନଇଛା କାରବାର ଚାଲିଛି । ଲକ୍ଷ୍ନୌ ଜିଲ୍ଲା ପ୍ରଶାସନରେ ଏକାସାଙ୍ଗରେ ୪୫ଟି ଘରୋଇ ହସ୍ପିଟାଲରେ ଚଢ଼ାଉ କରାଯାଇଥିଲା । ଆଉ ଏହିସବୁରେ ଚିକିତ୍ସା ନାମରେ ଲୋକମାନଙ୍କ ଜୀବନ ସହିତ ଖେଳଯାଉଥିବା ଜଣାପଡ଼ିଥିଲା ।

ଏଗୁଡ଼ିକରୁ କେଉଁଠି ଡାକ୍ତର ନାହାନ୍ତି ତ କେଉଁଠି ଅପରେସନ୍ ଥିଏଟର୍ ରେ ମେଡିସିନ୍ ରହିବା ବଦଳରେ ମଦ ବୋତଲ ଗଡ଼ୁଛି । ଏଥିମଧ୍ୟରୁ ଅଧିକାଂଶରେ ବିନା ରେଜିଷ୍ଟ୍ରେସନ୍ ରେ ରୋଗୀ ଚିକିତ୍ସା ଚାଲିଛି । ବଡ଼ ଧରଣର ଅବ୍ୟବସ୍ଥା ପାଇଁ ୨୯ଟି ହସ୍ପିଟାଲକୁ ନୋଟିସ୍ ଜାରି କରାଯାଇଛି ।

ସୋମବାର ଦିନ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲକ୍ଷ୍ନୌ ଜିଲ୍ଲା ପ୍ରଶାସନର ୬ଟି ଟିମ୍ ଚଢ଼ାଉ କରିଥିଲେ । ଏହି ସମୟରେ ଜଣାପଡ଼ିଥିଲା ଯେ, ଅଧାରୁ ଅଧିକ ହସ୍ପିଟାଲ ପାଖରେ ଲାଇସେନ୍ସ ନାହିଁ । କୌଣସି ହସ୍ପିଟାଲରେ ଡାକ୍ତର ନଥିଲେ । ଆଉ କିଛି ହସ୍ପିଟାଲର ଲାଇସେନ୍ସର ସମୟ ସୀମା ସରି ମଧ୍ୟ ଯାଇଥିଲା । ଡାକ୍ତରଖାନାରେ ବିଏସସି ପାସ୍ ହୋଇଥିବା ଡାକ୍ତର ମାନେ ରୋଗୀଙ୍କୁ ଚିକିତ୍ସା କରୁଥିଲେ । ଏହିଭଳି କିଛି ହସ୍ପିଟାଲକୁ ନୋଟିସ ଜାରି କରାଯାଇଛି ।

 

Get real time updates directly on you device, subscribe now.