fbpx

Airtel-Jio-Vi: କିଏ ଦେଉଛି ଗ୍ରାହକଙ୍କୁ ଶସ୍ତା ପ୍ଲାନ୍, ଜାଣନ୍ତୁ

ନୂଆଦିଲ୍ଲୀ: ଦେଶରେ ଟେଲିକମ୍ କମ୍ପାନୀମାନେ ବର୍ଷ ସାରା ବିଭିନ୍ନ ପ୍ରିପେଡ୍ ପ୍ଲାନ ଅଫର ଦେଇଥାନ୍ତି ।ଏୟାରଟେଲ, ଜିଓ ଓ ଭୋଡ଼ାଫୋନ-ଆଇଡିଆର ପ୍ରିପେଡ୍ ପ୍ଲାନ ବର୍ଷସାରା ଭାଲିଡିଟି ସହ ଲଞ୍ଚ ହୋଇଥାଏ । ବାର୍ଷିକ ଭାଲିଡିଟି ପ୍ଲାନରେ ସାଧାରଣ ଲୋକଙ୍କ ସୁବିଧା ହୋଇଥାଏ । କାରଣ ଏହି ପ୍ଲାନରେ ପ୍ରତ୍ୟେକ ମାସରେ ରିଚାର୍ଚ୍ଚ କରିବାର ସମସ୍ୟାରୁ ମୁକ୍ତି ମିଳିଥାଏ । ଆସନ୍ତୁ ଜାଣିବା ଏହି ତିନୋଟି ଟେଲିକମ୍ କମ୍ପାନୀର ପ୍ଲାନ୍ ବିଷୟରେ ।

ଏୟାରଟେଲର ୨୪୯୮ ଟଙ୍କିଆ ପ୍ରିପେଡ୍ ପ୍ଲାନରେ ଦୈନିକ ୨ ଜିବି ଡାଟା ଗ୍ରାହକଙ୍କୁ ପ୍ରଦାନ କରାଯାଇଥାଏ । ଏହି ପ୍ଲାନର ଅବଧି ୩୬୫ ଦିନ ପର୍ଯ୍ୟନ୍ତ ରହିଥାଏ । ଡାଟା ବ୍ୟତୀତ ଏହି ପ୍ଲାନରେ ଅସୀମିତ କଲ ଓ ୧୦୦ ଏସଏମଏସ୍ ଦୈନିକ ମିଳିଥାଏ । ଏହାଛଡ଼ା ୨୬୯୮ର ପ୍ରିପେଡ୍ ପ୍ଲାନରେ ଦୈନିକ ୨ ଜିବି ଡାଟା ସହ ଅସୀମିତ କଲ ଓ ଦୈନିକ ୧୦୦ ଏସଏମଏସ ମିଳିଥାଏ । ଏଥିସହ ଡିସନେ ପ୍ଲସ୍ ହଟଷ୍ଟାରର ଭିଆଇପି ସବସ୍କ୍ରିପସନ ଏକ ବର୍ଷ ପର୍ଯ୍ୟନ୍ତ ମିଳିଥାଏ ।

ଜିଓର ୨୧୨୧ ପ୍ରିପେଡ୍ ପ୍ଲାନର ଅବଧି ୩୩୬ ଦିନ ପର୍ଯ୍ୟନ୍ତ ରହିଥାଏ । ଏଥିରେ ଦୈନିକ ୧.୫ ଜିବି ହାଇସ୍ପିଡି ଡାଟା ସହ ଅସୀମିତ ଭଏସ କଲ, ୧୦୦ ଏସଏମଏସ ଓ ଜିଓ ଆପ୍ ସବସ୍କ୍ରିପସନ ମଧ୍ୟ ପ୍ରଦାନ କରାଯାଇଥାଏ । ଏହାଛଡ଼ା ୨୩୯୯ ପ୍ରିପେଡ୍ ପ୍ଲାନରେ ଦୈନିକ ୨ ଜିବି ଡାଟା, ଅସୀମିତ କଲ, ୧୦୦ ଏସଏମଏସ ଓ ଜିଓ ଆପ୍ ସବସ୍କ୍ରିପସନ ଗ୍ରାହକଙ୍କୁ ଦିଆଯାଇଥାଏ । ୨୫୯୯ ପ୍ରିପେଡ୍ ପ୍ଲାନରେ ଡିସନେ ପ୍ଲସ୍ ହଟଷ୍ଟାରର ଏକ ବର୍ଷ ପାଇଁ ଭିଆଇପି ସବସ୍କ୍ରିପସନ ଦିଆଯାଇଥାଏ । ଏହାଛଡ଼ା ଦୈନିକ ୨ ଜିବି ଡାଟା ସହ କଲିଂ ଓ ୧୦୦ ଏସଏମସ ସୁବିଧା ଦିଆଯାଇଥାଏ ।

ଭୋଡ଼ାଫୋନ-ଆଇଡିଆର ୨୫୯୫ ଟଙ୍କାର ପ୍ରିପେଡ ପ୍ଲାନରେ ଦୈନିକ ୨ ଜିବି ଡାଟା ମିଳିଥାଏ । ଏହାଛଡ଼ା ଅସୀମିତ କଲିଂ ସୁବିଧା, ସପ୍ତାହାନ୍ତ ଡାଟା ସୁବିଧା, Zee5ର ସବସ୍କ୍ରିପସନ ସୁବିଧା ପ୍ରଦାନ କରାଯାଇଥାଏ ।

Get real time updates directly on you device, subscribe now.