fbpx

ରାଜ୍ କୁନ୍ଦ୍ରାଙ୍କ ପରେ ଅଶ୍ଳୀଳ ଭିଡିଓ ମାମଲାରେ ଆଉ ଜଣଙ୍କୁ ଧରିଲା କ୍ରାଇମବ୍ରାଞ୍ଚ

ମୁମ୍ବାଇ: ଅଶ୍ଳୀଳ ଭିଡିଓ ମାମଲାରେ ମୁମ୍ବାଇ କ୍ରାଇମବ୍ରାଞ୍ଚକୁ ଆଉ ସଫଳତା ମିଳିଛି । ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ୍ କୁନ୍ଦ୍ରାଙ୍କ ପରେ ଏବେ ଆଉ ଜଣଙ୍କୁ ଗିରଫ କରାଯାଇଛି । ରାଜ୍ କୁନ୍ଦ୍ରାଙ୍କୁ ଗିରଫ କରିବାର ପ୍ରାୟ ୧୦ ଘଣ୍ଟା ପରେ ଆଉ ଜଣଙ୍କୁ ଗିରଫ କରିଛଇ କ୍ରାଇମବ୍ରାଞ୍ଚ । ତାଙ୍କ ନାଁ ହେଉଛି ରୟାନ୍ ଥାରପ୍ ।

ସୂଚନାଯୋଗ୍ୟ ଯେ, ଗତରାତିରେ ରାଜ୍ କୁନ୍ଦ୍ରାଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା । ତାଙ୍କ ବିରୋଧରେ ଅଶ୍ଳୀଳ ଫିଲ୍ମ ତିଆରି କରିବା ଏବଂ ସେସବୁ କୁ କିଛି ଆପ୍ ରେ ଦେଖାଇବା ଭଳି ଅଭିଯୋଗ ହୋଇଛି । ତେବେ ଏହା ପୂର୍ବରୁ ମଧ୍ୟ ୨୦୨୧ ଫେବୃଆରୀରେ ତାଙ୍କ ନାମରେ ଅଭିଯୋଗ ହୋଇଥିଲା । କିନ୍ତୁ ସେତେବେଳେ ତାଙ୍କୁ ଗିରଫ କରାଯାଇନଥିଲା । ରାଜ୍ କୁନ୍ଦ୍ରା ଏବଂ ତାଙ୍କ ବ୍ରିଟେନ୍ ରେ ଥିବା ଭାଇ କେନରିନ୍ ନାମକ ଏକ କମ୍ପାନୀ ତିଆରି କରିଛନ୍ତି । ଯେଉଁଥିରେ ପର୍ଣ୍ଣ ଫିଲ୍ମ ତିଆରି କରାଯାଇଥାଏ ।

ପର୍ଣ୍ଣ ଭିଡିଓ ସବୁକୁ ଭାରତରେ ତିଆରି କରାଯାଏ । ଆଉ ପରେ ତାଙ୍କୁ ବିଦେଶକୁ ଟ୍ରାନ୍ସଫର୍ କରିଦିଆଯାଏ । ଗିରଫ ହେବାପରେ ଆଜି ତାଙ୍କୁ କୋର୍ଟରେ ହାଜର୍ କରାଯିବ । ପୁଲିସ୍ ର କହିବାନୁସାରେ, ସେମାନଙ୍କ ପାଖରେ ରାଜ୍ ଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ରହିଛି ।

Get real time updates directly on you device, subscribe now.