fbpx

କଂଗ୍ରେସକୁ ପ୍ରଧାନମନ୍ତ୍ରୀଙ୍କ ତାତ୍ସଲ୍ୟ- ନିର୍ବାଚନ ହାରିବା ପରେ ବି ନିଦ ଭାଙ୍ଗୁନି, ନିଜଠୁ ଅଧିକ ଆମ ଚିନ୍ତା କରୁଛନ୍ତି

ନୂଆଦିଲ୍ଲୀ : ସୋମବାରଠୁ ଆରମ୍ଭ ହୋଇଛି ସଂସଦର ମୌସୁମି ଅଧିବେଶନ। ପ୍ରଥମ ଦିନର ଗୃହ କାର୍ଯ୍ୟ ହଟ୍ଟଗୋଳରେ ସରିବା ପରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସ ଉପରେ ବର୍ଷିଛନ୍ତି। କରୋନା ତୃତୀୟ ଲହରର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନିଜ ନେତାଙ୍କୁ ତୃଣମୂଳସ୍ତରରେ ଅଧିକ କାମ କରିବାକୁ କହିଛନ୍ତି। ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି କଂଗ୍ରେସ ପ୍ରତିଟି ରାଜ୍ୟରେ ଅସ୍ଥିତ୍ଵ ହରାଉଛି, ମାତ୍ର ଏହି ଦଳକୁ ନିଜର ନୁହେଁ ବରଂ ବିଜେପିର ଚିନ୍ତା ବେଶି ଘାରୁଛି।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଆସାମ, କେରଳ ଓ ପଶ୍ଚିମବଙ୍ଗରେ ହାରିଲେ, ତଥାପି କଂଗ୍ରେସର ନିଦ ଭାଙ୍ଗିଲାନି। ସେମାନଙ୍କୁ ନିଜର ନୁହେଁ ବିଜେପିର ଚିନ୍ତା ଅଧିକ କରୁଛନ୍ତି। ପ୍ରଧାନମନ୍ତ୍ରୀ ସମସ୍ତ ସାଂସଦଙ୍କୁ ଏହା କହିଛନ୍ତି ଯେ, କରୋନାର ତୃତୀୟ ଲହର ପାଇଁ ପ୍ରସ୍ତୁତ ରୁହନ୍ତୁ ଏବଂ ନିଜ ନିଜ ଅଞ୍ଚଳରେ ଅବାଧ ଟିକାକରଣ ବ୍ୟବସ୍ଥା ସୁନିଶ୍ଚିତ କରନ୍ତୁ।

 

ସାଂସଦମାନେ ଜନତା ପର୍ଯ୍ୟନ୍ତ ସରକାରଙ୍କ କାମ ପହଞ୍ଚାନ୍ତୁ। ସରକାରଙ୍କ କାମ ବିଷୟରେ ଲୋକଙ୍କୁ ଅବଗତ କରାନ୍ତୁ। ବୈଠକ ସମୟରେ ମୋଦୀ କହିଛନ୍ତି, ଦେଶରେ ନକରାତ୍ମକ ମାହୋଲ ସୃଷ୍ଟି କରିବାକୁ ଉଦ୍ୟମ କରାଯାଉଛି। କଂଗ୍ରେସର ଏମିତି ବ୍ୟବହାର ଦୁର୍ଭାଗ୍ୟପୂର୍ଣ୍ଣ। ସେମାନେ ଏହାକୁ ହଜମ କରି ପାରୁ ନାହାନ୍ତି ଯେ, ଆମେ କେମିତି ଏତେ କାମ କରୁଛୁ। କେମିତି ଦେଶରେ ଭ୍ୟାକ୍ସିନ କମ ହେଉ ନାହିଁ ।

Get real time updates directly on you device, subscribe now.