fbpx
BSKY
BJD MC SKY
BJD YOUTH SKY

(Video) ହଠାତ୍ ଲାଗିଲା ନିଆଁ; ଜଲିଗଲା ୬୦ଟି ଘର, ପାଉଁଶ ତଳେ ନିଜର ଜରୁରୀ ଜିନିଷ ଖୋଜୁଛନ୍ତି ଗାଁ ଲୋକେ

ମୟୁରଭଞ୍ଜ: କିଛି କୁଆଡେ ନଥିଲା ହଠାତ୍ ଲାଗିଲା ନିଆଁ ଗୋଟିଏ ଘର ନୁହେଁ ଏକା ସାଙ୍ଗରେ ଜଲିଗଲା ୬୦ଟି ଘର। ଘରେ ଏମିତି ନିଆଁ ଲାଗିଲା ଯେ ଘରୁ କିଛି ବି ବାହାର ପାରିଲେନି ଗାଁ ଲୋକେ। ପୁରା ଗାଁକୁ ଛାରଖାର କରିଦେଇଛି ଏହି ଭୟାବହ ନିଆଁ। ଖାଲି ଦେହରେ ଖଣ୍ଡେ ସାଢ଼ୀ ଅଛି ଆଉ କିଛି ନାହିଁ। ପାଉଁଶ ଭିତରୁ ଗାଁର ଶହ ଶହ ଲୋକେ ନିଜର ଜରୁରୀ ଜିନିଷ ଖୋଜୁଛନ୍ତି। ଶହ ଶହ ଲୋକଙ୍କ ଆଖିରୁ ଶୁଖୁନି ଲୁହ। ଆଖିପିଛୁଲାକେ ଗାଁର ୬୦ଟି ଘର ସମ୍ପର୍ଣ୍ଣ ଜଳିପୋଡି ପାଉଁଶ ହୋଇଯାଇଛି।

ଏମିତି ଏକ ଦୁଃଖଦ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବଡସାହି ବ୍ଲକ ଅନ୍ତର୍ଗତ କେନ୍ଦୁଡିହା ପଞ୍ଚାୟତ ଅଧୀନ କୁଳିଅଣା ଗାଁର ବିନ୍ଧାଣୀ ସାହିରେ। ଭୟାବହ ଅଗ୍ନିକାଣ୍ଡ କୁଳିଅଣା ଗାଁରେ ଥିବା ବିନ୍ଧାଣି ସାହିର ମୋଟ ୧୭ଟି ଘର ୨୦ରୁ ଉର୍ଦ୍ଧ ପରିବାରର ପାଖାପାଖି ୫୦ଟି ବଖରା ଘର ସମ୍ପର୍ଣ୍ଣ ଜଳିପୋଡି ପାଉଁଶ ହୋଇଯାଇଛି। ଏହା ସହିତ ଆଶାବାବପତ୍ର, ହଜାର ହଜାର ଟଙ୍କା, ଜରୁରୀ କାଗଜ ପତ୍ର, ଧାନ ଚାଉଳ, ସହିତ ପିନ୍ଧା ଲୁଗାକୁ ଛାଡିଦେଲେ ସବୁ ଏଭଳି ନିଆଁରେ ଜଳି ପୋଡି ପାଉଁଶ ହୋଇଯାଇଛି।

ଖବର ପାଇ ବେତନଟୀ ଓ ବଡ଼ସାହିର ଅଗ୍ନିଶମ ବାହିନୀ ମାନେ ଆସି ନିଆଁକୁ ଆୟତ୍ତ କରିଥିଲେ ବି ସେତେବେଳକୁ ପୁରା ବସ୍ତି ସମ୍ପୂର୍ଣ୍ଣ ଜଳି ନଷ୍ଟ ହୋଇଯାଇଥିଲା। ତେବେ ଏଭଳି ଭୟାବହ ଅଗ୍ନିକାଣ୍ଡରେ ପ୍ରଭାବିତ ହୋଇଥିବା ପରିବାରକୁ ପ୍ରଶାସନ ତରଫରୁ ସହାୟତା ଯୋଗାଇ ଦିଆଯାଇଛି। ଘଟଣାସ୍ଥଳରେ ଅତିରିକ୍ତ ତହସିଲଦାର ଓ ବିଡ଼ିଓ ଆସି କ୍ଷୟକ୍ଷତିର ଆକଳନ କରିଛନ୍ତି। ତେବେ ଅଗ୍ନି କାଣ୍ଡ କିପରି ଘଟିଲା ଏହାର କାରଣ କଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ଥିବା ବେଳେ ସର୍କିଟ ହୋଇ ଥିବାର ସନ୍ଦେହ କରାଯାଉଛି।

 

Get real time updates directly on you device, subscribe now.