fbpx
BSKY
BJD MC SKY
BJD YOUTH SKY

ଜମ୍ମୁ-କାଶ୍ମୀରରେ ଭାରତୀୟ ସେନାର କଡ଼ା ଆକ୍ସନ: LeT କମାଣ୍ଡର ସମେତ ଏନକାଉଣ୍ଟରରେ ୨ ନିହତ

ନୂଆଦିଲ୍ଲୀ: ପୁଣିଥରେ ଜାମ୍ମୁ-କାଶ୍ମୀରରେ ଭାରତୀୟ ସେନାକୁ ମିଳିଛି ବଡ଼ ସଫଳତା । ସ୍ଥାନୀୟ ଅଞ୍ଚଳରେ ଜାରି ରହିଥିବା ଏନକାଉଣ୍ଟରରେ ୨ ଆତଙ୍କବାଦଙ୍କୁ ମୃତ୍ୟଦଣ୍ଡ ଦେଇଛନ୍ତି ବୀର ଯବାନ୍ । ଏହି ୨ ଆତଙ୍କୀଙ୍କ ମଧ୍ୟରେ ଲସ୍କର-ଏ-ତୋଏବାର କମାଣ୍ଡର ବସିତ ଅହମଦ ଡାର ମଧ୍ୟ ସାମିଲ ରହିଛି । ଜାମ୍ମୁ-କାଶ୍ମୀରର କୁଲଗ୍ରାମ ଅଞ୍ଚଳରେ ସୁରକ୍ଷାବଳ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ । ଏଠାରେ ଆତଙ୍କବାଦୀଙ୍କ ଉପସ୍ଥିତି ଖବର ପାଇବା ପରେ ରେଡୱାନୀ ଗ୍ରାମରେ ସର୍ଚ୍ଚ ଅପରେସନ ଜାରି ରଖିଥିଲା ଭାରତୀୟ ସେନା ।

ସୂଚନା ଅନୁସାରେ, ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ଏହା ଉଗ୍ର ରୂପ ନେବା ଫଳରେ ଉଭୟ ପକ୍ଷରୁ ଆକ୍ରମଣ କରାଯାଇଥିଲା । ଆତଙ୍କବାଦୀ ପ୍ରଥମେ ସୁରକ୍ଷାବାହିନୀ ଉପରେ ଆକ୍ରମଣ କରିଥିବା ବେଳେ ଏହାର ଉଚିତ ଜବାବ ଦେଇଥିଲା ସେନା । ତେବେ ଆତଙ୍କୀ ଏବଂ ଭାରତୀୟ ସେନା ମଧ୍ୟରେ ଏହି ଗୁଳି ବିନିମୟରେ ଆତଙ୍କାବାଦୀଙ୍କ ଆଡ୍ଡାସ୍ଥଳୀରେ ନିଆଁ ଲାଗି ଯାଇଥିଲା । ତେବେ ଏହି ଘରେ ଅତି କମରେ ୨ଟି ମୃତଦେହ ମିଳିଥିବା ସୂଚନା ଦେଇଛନ୍ତି ଜଣେ ବରିଷ୍ଠ ପୋଲିସ ଅଧିକାରୀ । ବର୍ତ୍ତମନ ଏହି ଶବକୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି ଏବଂ ଏହାପରେ ମୃତଦେହ ଚିହ୍ନଟ କରାଯିବ ।

କିଛି ଦିନ ପୂର୍ବେ ଜାମ୍ମୁ କାଶ୍ମୀରର ପୁଞ୍ଚରେ ବାୟୁସେନା କନଭେନ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଯେଉଁଥିରେ ସେନାର ଜଣେ ଯବାନ ସହୀଦ ହୋଇଥିଲେ। ସେବେଠାରୁ ସୁରକୋଟ ଏବଂ କାଶ୍ମୀରର ଏହାର ଆଖପାଖ ଅଞ୍ଚଳରେ ସର୍ଚ୍ଚ ଅପରେସନ ଚାଲିଥିଲା। ସୁରକ୍ଷା ବାହିନୀ ଦୁଇଜଣ ଅଭିଯୁକ୍ତଙ୍କ ପୋଷ୍ଟର ପାଇଥିଲେ ଯେଉଁଥିରେ ସୂଚନା ପ୍ରଦାନ କରୁଥିବା ବ୍ୟକ୍ତିଙ୍କ ପାଇଁ ୨୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା। ପୋଲିସ ଏବଂ ସେନା ଏହି ପୋଷ୍ଟର ଲଗାଇବାକୁ ମନା କରି ଦେଇଛନ୍ତି, କିନ୍ତୁ ଏହି ଘଟଣାରେ ପରିଚିତ ଅଧିକାରୀମାନେ କହିଛନ୍ତି ଯେ ସୁରକ୍ଷା ବାହିନୀର ଏକ ଉତ୍ସାହୀ ୟୁନିଟ୍ ପ୍ରଥମେ ପୋଷ୍ଟର ଲଗାଇବାକୁ ନିଷ୍ପତ୍ତି ନେଇଥିଲା କିନ୍ତୁ ପରେ ସେମାନଙ୍କ ଉଚ୍ଚ ଅଧିକାରୀଙ୍କ ଭର୍ତ୍ସନା ପରେ ଏହା ବିରୁଦ୍ଧରେ ନିଷ୍ପତ୍ତି ନେଇଥିଲା।

Get real time updates directly on you device, subscribe now.