fbpx
BSKY
BJD MC SKY
BJD YOUTH SKY

ନିର୍ବାଚନ ଭିତରେ ପୁଣି ଉଠିଲା ପାକିସ୍ତାନ ପ୍ରସଙ୍ଗ; ଏବେ କ’ଣ କହିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ର ପ୍ରଚାରରେ ପୁଣି ଥରେ ପାକିସ୍ତାନ ପ୍ରସଙ୍ଗ ଉଠିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ମହାରାଷ୍ଟ୍ରର ଅହମ୍ମଦନଗରରେ ଏକ ରାଲିକୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, କଂଗ୍ରେସର ମନୋବଳ ବଢ଼ାଇବା ପାଇଁ ସୀମାପାରରୁ ଟୁଇଟ୍ ପଠାଯାଉଛି । ପ୍ରତିବଦଳରେ ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନକୁ କ୍ଲିନ୍ ଚିଟ୍ ଦେଉଛି କଂଗ୍ରେସ । ମଧ୍ୟପ୍ରଦେଶର ଖରଗୋନରେ ଏକ ନିର୍ବାଚନୀ ରାଲିରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ପାକିସ୍ତାନ ପ୍ରତି କଂଗ୍ରେସର ଏତେ ଭଲ ପାଇବା ଏବଂ ଆମ ସେନା ପ୍ରତି ଘୃଣା କାହିଁକି ?

ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି, କଂଗ୍ରେସର ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମ ସେନା ଆତଙ୍କବାଦୀ ଆକ୍ରମଣ କରେ, ପାକିସ୍ତାନ ନିର୍ଦ୍ଦୋଷ। ଦେଖନ୍ତୁ ଜଣେ ବଡ଼ କଂଗ୍ରେସ ନେତାଙ୍କ ଲଜ୍ଜାହୀନତା । ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନର ସମ୍ପୃକ୍ତି ନାହିଁ ବୋଲି ସେ କହିଛନ୍ତି । ସେ କହିଛନ୍ତି, କଂଗ୍ରେସ ସହଯୋଗୀଙ୍କ ଅନ୍ୟ ଜଣେ ନେତା ଭାରତକୁ ଧମକ ଦେଇ କହୁଛନ୍ତି ଯେ ପାକିସ୍ତାନ ଚୁଡ଼ି ପିନ୍ଧିଛି । ଫାରୁକ୍ ଅବଦୁଲ୍ଲାଙ୍କ ବୟାନକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ଏହା କହିଛନ୍ତି । ଫାରୁକ୍ ଅବଦୁଲ୍ଲା ନିକଟରେ କହିଥିଲେ ଯେ ପାକିସ୍ତାନ ଚୁଡ଼ି ପିନ୍ଧିନାହିଁ, ସେମାନଙ୍କ ପାଖରେ ଥିବା ପରମାଣୁ ବୋମା ଆମ ଉପରେ ପଡ଼ିବ ।

Get real time updates directly on you device, subscribe now.