fbpx

ଇଦ୍ ଅବସରରେ ନିର୍ଦ୍ଦୟ ହେଲା ତାଲିବାନ୍, ନମାଜ ପାଠ ବେଳେ ରାଷ୍ଟ୍ରପତି ଭବନ ପାଖରେ ନିକ୍ଷେପ କଲା ୩ଟି ରକେଟ୍

ନୂଆଦିଲ୍ଲୀ: ଆଫଗାନିସ୍ତାନର ରାଜଧାନୀ କାବୁଲର ରାଷ୍ଟ୍ରପତି ଭବନ ନିକଟରେ ତାଲିବାନ ମାନେ କଲେ ରକେଟ୍ ମାଡ଼ । ବିଦେଶୀ ଶକ୍ତି ଅର୍ଥାତ୍ ଆମେରିକା ସୈନ୍ୟ ପ୍ରତ୍ୟାହାର ପରେ ତାଲିବାନ ଆଫଗାନିସ୍ତାନର ପ୍ରମୁଖ ସହର ଗୁଡ଼ିକୁ କ୍ରମାଗତ ଭାବରେ ଦଖଲ କରିବାରେ ଲାଗିଛି । ତାଲିବାନ ମାନେ ନିଜର ନିୟମ କାନୁନ୍ କୁ ଆଫଗାନ୍ ମାନଙ୍କ ଉପରେ ଜୋରଜବରଦସ୍ତି ଲଦିବାକୁ ଚେଷ୍ଟା କରାଯାଉଛି । ଇଦ୍ ନମାଜ୍ ସମୟରେ ଏହି ରକେଟ ଗୁଡ଼ିକ ରାଷ୍ଟ୍ରପତି ଭବନ ନିକଟରେ ଆସି ପଡ଼ିଥିଲା । କାବୁଲର ପରୱାନ-ସେ ଅଞ୍ଚଳରୁ ତିନୋଟି କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିଲା। ଏହି ରକେଟଗୁଡିକ ବାଗ-ଇ-ଅଲି ବରର୍ଦା, ଚମନ-ଇ-ହୁଜୁରୀ ଏବଂ ପୁଲିସ୍ ଜିଲ୍ଲା ଅଞ୍ଚଳରେ ପଡିଛି ।

ତେବେ ଏହି ହମଲାରେ କେତେ କ୍ଷୟକ୍ଷତି ହୋଇଛି ତାହା ଜଣାପଡ଼ିନାହିଁ । କିନ୍ତୁ ଏହି ହମଲା ସେତେବେଳେ ହୋଇଥିଲା, ଯେତେବେଳେ ଲୋକମାନେ ରାଷ୍ଟ୍ରପତି ଭବନ ସାମନାରେ ନମାଜ ପାଠ କରୁଥିଲେ ।

Get real time updates directly on you device, subscribe now.