fbpx
BJD SKY
BJD SKY

ବଡ ଖବର: ରାଜ୍ୟରେ ଆଉ ୪୫୬ ପଜିଟିଭ୍ ଚିହ୍ନଟ

BJD

ଭୁବନେଶ୍ୱର,୬ ।୭(ଓଡିଶା ଭାସ୍କର): ରାଜ୍ୟରେ ଆଜି ନୂଆ ୪୫୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରରୁ ୩୦୯ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୪୭ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୫୨୬କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଗଞ୍ଜାମ ଜିଲ୍ଲାରୁ ଆଜି ସର୍ବାଧିକ ୧୬୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଯାଜପୁର-୫୭, ବରଗଡ-୩୩, ନବରଙ୍ଗପୁର-୨୪, ଜଗତସିଂହପୁର-୨୩, ଖୋର୍ଦ୍ଧା-୨୧, ସୁନ୍ଦରଗଡ-୨୦ ଚିହ୍ନଟ, ସମ୍ବଲପୁର-୧୫, ବାଲେଶ୍ୱର-୧୪, ରାୟଗଡା-୧୩, କଟକ-୧୩, ଭଦ୍ରକ-୧୨, କୋରାପୁଟ-୧୦, ମୟୂରଭଞ୍ଜ-୮, ବଲାଙ୍ଗୀର-୬, କେନ୍ଦ୍ରାପଡା-୫, ନୟାଗଡ-୪, କନ୍ଧମାଳ-୩, ପୁରୀ-୩, କେନ୍ଦୁଝର-୨, ଢେଙ୍କାନାଳ, ଗଜପତି, କଳାହାଣ୍ଡି, ଅନୁଗୁଳରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.