fbpx
BJD
BJD SKY
BJD SKY

ପଶୁଙ୍କ ରାଣୀ ହେଉଛି ୪୬ ଲକ୍ଷ ଟଙ୍କା ମୂଲ୍ୟର ଏହି ମଇଁଷି, ବହୁବାର ଜିତିିଲାଣି ବିୟୁଟି କଣ୍ଟେଷ୍ଟ

ନୂଆଦିଲ୍ଲୀ: ଶୀର୍ଷକଟି ପଢି ଆପଣ ଆମକୁ ପାଗଳ ବୋଲି କହିବେ । କିନ୍ତୁ ଏହା କୌଣସି ମନଗଢା କାହାଣୀ ନୁହେଁ ଏହା ସଂପୂର୍ଣ୍ଣ ସତ ଖବର । ହରିୟାଣାର ଏକ ମଇଁଷିକୁ ନେଇ ଏବେ ସବୁଠି ଚର୍ଚ୍ଚା କାରଣ ସେ ଏବେ ନିଜ ଅଞ୍ଚଳର ବିୟୁଟି କୁଇନ୍ ପାଲଟିଛି । ଭିବାନୀ ଜୁଇ ଗ୍ରାମର ଜଣେ ବ୍ୟକ୍ତିଙ୍କ ପାଖରେ ରହିଛି ଧର୍ମା ନାମକ ଏହି ମଇଁଷି । ମଇଁଷିର ବୟସ ଏବେ ୩ ବର୍ଷ । ଏହି ମଇଁଷିର ମାଲିକ ସଞ୍ଜୟ ଏହାକୁ ନିଜ ପିଲା ପରି ଲାଳନପାଳନ କରିଛନ୍ତି ।

ଧର୍ମା ନିଜର ପ୍ରଥମ ପ୍ରସବ ପରଠାରୁ ୧୫ ଲିଟର କ୍ଷୀର ଦେଉଛି । ଧର୍ମାର ଜନ୍ମ ପରଠାରୁ ସଞ୍ଜୟ ଏହାକୁ ସବୁଜ ଘାସପତ୍ର, ଦାନା ଓ ଶୀତ ଦିନେ ପ୍ରତି ଦିନ ୪୦କିଲୋ ଗାଜର ଖାଇବାକୁ ଦେଇଥାନ୍ତି । ଧର୍ମା ନିକଟବର୍ତ୍ତୀ ଜିଲ୍ଲା ସହିତ ପଞ୍ଜାବ ଓ ଉତ୍ତରପ୍ରଦେଶରେ ଅନେକ ଥର ବିୟୁଟି କଣ୍ଟେଷ୍ଟରେ ଭାଗ ନେଇ ବିଜୟିନୀ ହୋଇସାରିଛି । ଏଠିକାର ପଶୁ ଚିକିତ୍ସକ କହିଛନ୍ତି ଧର୍ମା ହେଉଛି ପଶୁଙ୍କ ରାଣୀ । ଏହାର ମୂଲ୍ୟ ୪୬ ଲକ୍ଷରୁ ବି ଅଧିକ ହେବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.