fbpx
BSKY SKY
BSKY SKY

ଅସମ୍ଭାଳ ସ୍ଥିତି: ଭୁବନେଶ୍ୱରରୁ ଆଜି ପୁଣି ୪୬୮ ପଜିଟିଭ ଚିହ୍ନଟ,୧୨୩ ସୁସ୍ଥ

BSKY

ଭୁବନେଶ୍ୱର,୧୯।୪(ଓଡିଶା ଭାସ୍କର): ଭୁବନେଶ୍ୱରରେ ଲଗାତାର ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଆଜି ରାଜଧାନୀ ଭୁବନେଶ୍ୱରରୁ ପୁଣି ୪୬୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୮୨ ଜଣ ଚିହ୍ନଟ ହୋଇଥିବା ବେଳେ ୩୮୬ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସେହିପରି ୧୨୩ ଜଣ ସୁସ୍ଥ ହୋଇଛନ୍ତି। ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)।

ତେବେ ରାଜଧାନୀରେ ବର୍ତ୍ତମାନ ସୁଦ୍ଧା ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୬ ହଜାର ୧୪୭ ରେ ପହଞ୍ଚିଥିବା ବେଳେ ୩୩ ହଜାର ୦୦୪ ଜଣ ସୁସ୍ଥ ହୋଇଛନ୍ତି। ୨,୫୨୭ ଜଣ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି। ୨୫୦ ଜଣଙ୍କ ମୃତ୍ୟୁ ଘଟିଛି । ବରମୁଣ୍ଡା, ବରଗଡ଼, ନୟାପଲ୍ଲୀ, ମଞ୍ଚେଶ୍ବର, ଖଣ୍ଡଗିରି, ଶୈଳଶ୍ରୀବିହାର ଆଦିରେ ଅଧିକ ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବିଏମସି ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି।

Get real time updates directly on you device, subscribe now.