fbpx

୧ ମେ’ରୁ ୧୮ରୁ ଅଧିକ ବୟସ୍କଙ୍କୁ ଟିକା

ବିଶ୍ୱରେ କରୋନା ଭାଇରସର ଦ୍ୱିତୀୟ ଲହରର ଭୟାବହତା ବୃଦ୍ଧି ପାଇବାରେ ଲାଗିଛି । ସେପଟେ ବିଭିନ୍ନ ଦେଶରେ ଜାରି ରହିଛି ଟିକାକରଣ । ଭାରତରେ ମଧ୍ୟ ଟିକାକରଣକୁ ବ୍ୟାପକ କରାଯାଇଛି । ଏଭଳି ପରିସ୍ଥିତିରେ ଆଜି କେନ୍ଦ୍ର ସରକାର ମେ’୧ ରୁ ୧୮ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ଟିକା ଦେବା ପାଇଁ ଅନୁମତି ପ୍ରଦାନ କରିଛନ୍ତି ।

ପୂର୍ବରୁ ୪୫ ବର୍ଷରୁ ଅଧିକ ବୟସ୍କ ଏବଂ ଅନ୍ୟାନ୍ୟ ରୋଗରେ ପିଡୀତ ଥିବା ବ୍ୟକ୍ତିଙ୍କୁ ଟିକା ଦେବା ପାଇଁ ନିୟମ ଥିବାବେଳେ । ଏହାକୁ ନେଇ ବିଭିନ୍ନ ରାଜ୍ୟମାନେ ଦାବି କରିଥଲେ କି ଟିକାକରଣର ବୟସ ସୀମା କମ କରାଯିବା ପାଇଁ ଦାବି କରିଥିଲେ । ଏବେ କରୋନାର ଦ୍ୱିତୀୟ ଲହରର ସଂକ୍ରମଣ ଯୁବ ଗୋଷ୍ଠୀକୁ ସଂକ୍ରମିତ କରୁଥିବାରୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

କମ୍ପାନୀ ମାନଙ୍କ ଠାରୁ ସିଧା ସଳଖ ଟିକା କିଣି ପାରିବେ ରାଜ୍ୟ ଏବଂ ଶିଳ୍ପ ସଂସ୍ଥା । ଖୋଲା ବଜାର ରେ ମଧ୍ୟ ଉପଲବ୍ଧ ହେବ ଟିକା।

 

Get real time updates directly on you device, subscribe now.