fbpx

Acer କମ୍ପାନୀର ଏହି ଲାପଟପ୍ କିଣିଲେ ୪୮ ହଜାର ଟଙ୍କାର ଡିସକାଉଣ୍ଟ, ଜାଣନ୍ତୁ ଅଫରର ଡିଟେଲ୍ସ

ନୂଆଦିଲ୍ଲୀ: ବର୍ତ୍ତମାନ ଲାପଟପ୍ ଦୈନନ୍ଦିନ ଜୀବନର ଏକ ଜରୁରୀ ଡିଭାଇସ୍ ପାଲଟି ଗଲାଣି । ଏଥିରେ ଅନଲାଇନ କ୍ଲାସ ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ଅଫିସିଆଲ କାର୍ଯ୍ୟ କରିପାରିବେ । ଏଥିସହ ଏହାକୁ ମନୋରଞ୍ଜନ ପାଇଁ ମଧ୍ୟ ଅନେକ ବ୍ୟବହାର କରିଥାନ୍ତି । ଇ-କମର୍ସ କମ୍ପାନୀ ଆମାଜନରେ ବର୍ତ୍ତମାନ ଗ୍ରେଟ୍ ଇଣ୍ଡିଆନ ଫେଷ୍ଟିଭାଲ ସେଲ ଜାରି ରହିଥିବା ବେଳେ କିଛି କମ୍ପାନୀର ଲାପଟପ କିଣିଲେ ହେଭି ଡିସକାଉଣ୍ଟ ମିଳୁଥିବା ଜଣାପଡ଼ିଛି ।

ଆମାଜନରେ Acer Swift 3 ଲାପଟପରେ ୩୦ ହଜାର ଟଙ୍କାର ଡିସକାଉଣ୍ଟ ପ୍ରଦାନ କରାଯାଉଛି । ଡିସକାଉଣ୍ଟ ଛଡ଼ା ଆପଣ ପୁରୁଣା ଲାପଟପକୁ ଏକ୍ସଚେଞ୍ଜ କରି ୧୮ ହଜାର ୧୦୦ ଟଙ୍କା ପର୍ଯ୍ୟନ୍ତ ଆଡିସନାଲ ଡିସକାଉଣ୍ଟ ନେଇପାରିବେ । ଏହି ଲାପଟପର ଅରିଜିନାଲ ମୂଲ୍ୟ ୮୯,୯୯୯ ରହିଥିବା ବେଳେ ସେଲରେ ଏହାକୁ ୫୯,୯୯୯ ଟଙ୍କାରେ ବିକ୍ରି କରାଯାଉଛି । ଲାପଟପର ବଡି ଆଲୁମିନିୟମ ଓ ମ୍ୟାଗ୍ନେସିୟମରେ ତିଆରି ହୋଇଥିବା ବେଳେ ଏହାର ଓଜନ ୧.୨ କେଜି । ନୂଆ ଲାପଟପ୍ କିଣିବାକୁ ଇଚ୍ଛୁକ ବ୍ୟକ୍ତିଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ଅଟେ ।

Get real time updates directly on you device, subscribe now.