fbpx

ଏହି ଗାଁରେ ରହିଲେ ମିଳିବ ୪୯ ଲକ୍ଷ ଟଙ୍କା! କିନ୍ତୁ ପୂରଣ କରିବାକୁ ପଡିବ ଗୋଟିଏ ସର୍ତ୍ତ

ନୂଆଦିଲ୍ଲୀ: ବିଶ୍ୱର ପ୍ରତ୍ୟେକଟି ମଣିଷ ଚାହେଁଏକ ସୁନ୍ଦର ଏବଂ ବିଳାସପୂର୍ଣ୍ଣ ଘରେ ଜୀବନ କାଟିବା ପାଇଁ । କିନ୍ତୁ ଟଙ୍କା ଅଭାବ କିମ୍ବା ପାରିବାରିକ ସମସ୍ୟାରୁ ଏହା କେତେକଙ୍କ ପକ୍ଷରେ ସମ୍ଭବ ହୋଇ ପାରିନଥାଏ । ତେଣୁ ସେମାନେ ନିଜ ସାମର୍ଥ୍ୟ ଅନୁସାରେ ଘର ତିଆରି କରି ରହିଥାନ୍ତି । ତେବେ ଯଦି ଆପଣଙ୍କୁ ଏମିତି ଏକ ଗାଁ ବିଷୟରେ କୁହାଯାଏ, ଯେଉଁଠି ଆପଣଙ୍କୁ ରହିବା ସହ ଟଙ୍କା ମଧ୍ୟ ଦିଆଯିବ । ତେବେ ଅନେକ ଲୋକ ଏହି ଅଫରକୁ ହଁ କରି ଦେବେ ନିଶ୍ଚୟ । ତେବେ ଆସନ୍ତୁ ଜାଣିବା କେଉଁଠି ଏବଂ କାହିଁକି ଏହି ଗାଁରେ ରହିବା ପାଇଁ ଲୋକଙ୍କୁ ଟଙ୍କା ଦିଆଯାଇଥାଏ ।

This Swiss Town Will Pay You A Huge Sum If You Move There!

ସୂଚନା ଅନୁସାରେ, ଏଭଳି ଏକ ଅଜବ ଗାଁ ରହିଛି ସ୍ୱିଜରଲାଣ୍ଡର ପାହାଡ ଅଞ୍ଚଳରେ । ଏଠାରେ ଥିବା ଅଲବିନେନ୍ ଗାଁରେ ରହିବା ପାଇଁ ଲୋକମାନଙ୍କୁ £୫୦,୦୦୦ ଅର୍ଥାତ୍ ଭାରତୀୟ ମୁଦ୍ରାରେ ୪୯ ଲକ୍ଷ ୨୬ ହଜାର ଟଙ୍କା ପ୍ରଦାନ କରାଯାଏ । ତେବେ ଏହି ଗାଁଟି ଫ୍ରାନ୍ସ-ଇଟାଲୀ ସୀମାରେ ଭୂମିଠାରୁ ପ୍ରାୟ ୪,୨୬୫ ଫୁଟ ଉଚ୍ଚତାର ସ୍ୱିସ ପ୍ରଦେଶ ଭାଲେସ(Valais)ରେ ଅବସ୍ଥିତ । ବରଫରେ ଆଚ୍ଛାଦିତ ହୋଇଥିବାରୁ ଏହି ଗାଁର ଦୃଶ୍ୟ ଖୁବ ମନୋରମ ହୋଇଥାଏ । ତେବେ ଗତ କିଛି ବର୍ଷରୁ ଲୋକମାନେ ଏହି ସ୍ଥାନ ଛାଡି ଅନ୍ୟତ୍ର ପଳାଇ ଯାଉଥିବା ଦେଖାଯାଉଛି ।

ଏଠାରେ ଜନବସତି ହ୍ରାସ ପାଉଥିବାରୁ ଏକ ନୂଆ ପନ୍ଥା ଆପଣାଇଛି ପ୍ରଶାସନ । ୨୦୧୮ ମସିହାରୁ ଏଠାରେ ରହିବା ପାଇଁ ଲୋକମାନଙ୍କୁ ଟଙ୍କା ଅଫର କରାଯାଉଛି । ୪ ଜଣ ସଦସ୍ୟଙ୍କୁ ନେଇ ପ୍ରସ୍ତୁତ ଗୋଟିଏ ପରିବାରର ପ୍ରତ୍ୟେକ ବୟସ୍କଙ୍କୁ £୨୨,୪୪୦ (୨୨ ଲକ୍ଷ ଟଙ୍କା) ଏବଂ ପିଲାମାନଙ୍କୁ £୮,୯୭୫ (୮ ଲକ୍ଷ ଟଙ୍କା) ପ୍ରଦାନ କରାଯାଏ ।

Swiss Village To Give $70,000 To Families Willing To Move In, And Here's How Life Looks There | Bored Panda

କିନ୍ତୁ ଏକ ସର୍ତ୍ତ ପୂରଣ କରିବା ପରେ ହିଁ ଲୋକମାନଙ୍କୁ ଏହି ଟଙ୍କା ଦିଆଯିବ । ଏହି ଅଫର କେବଳ ୪୫ ବର୍ଷ କିମ୍ବା କମ୍ ବୟସର ଲୋକମାନଙ୍କ ପାଇଁ ଉପଲବ୍ଧ ରହିଛି । ଏହାସହିତ ଆବେଦନକାରୀ ପରମିଟ ସି ମିଳିଥିବା ଜଣେ ସ୍ୱିସ ନାଗରିକ ହୋଇଥିବା ଆବଶ୍ୟକ । ତେବେ ୧୦ ବର୍ଷ ରହିବା ପରେ ଘରର ମୂଲ୍ୟରେ ମଧ୍ୟ ବୃଦ୍ଧି କରାଯିବ । କିନ୍ତୁ ଯଦି ୧୦ ବର୍ଷ ପୂର୍ବରୁ ଘର ଛାଡି ଦିଅନ୍ତି ତେବେ ଏହି ଟଙ୍କା ଫେରାଇବାକୁ ପଡିବ ।

Get real time updates directly on you device, subscribe now.