fbpx
BJD
BJD SKY
BJD SKY

ଜଳୁଛି ଜଙ୍ଗଲ, କୁହୁଳୁଛି ନିଆଁ; ପ୍ରକୃତି ଦେଉଛି ସଙ୍କେତ ଚେତି ଯାଅ ନଚେତ ପରିଣାମ ଅନ୍ତ

BJD

ଭୁବନେଶ୍ୱର: ସମ୍ପ୍ରତି ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବା ବେଳେ ବିଭିନ୍ନ ଜଙ୍ଗଲରେ ମଧ୍ୟ ନିଆଁ ଲାଗିଛି । ଏବେବି ରାଜ୍ୟରେ ଶତାଧକି ଜଙ୍ଗଲରେ ନିଆଁ ଲାଗିଥିବା ଖବର ମିଳୁଛି। ଲୋକ ଜଙ୍ଗଲୀ ଜନ୍ତୁଙ୍କ ଶିକାର ପାଇଁ ଶିକାରୀମାନେ ଏହି ନିଆଁ ଲଗାଇ ଚାଲିଛନ୍ତି । ସବୁ ଜଙ୍ଗଲର ନିଆଁ ମନୁଷ୍ୟକୃତ ହୋଇଥିବାରୁ ଏନେଇ ସଚେତନତା କରାଯାଉଛି । ନିଜର ସ୍ୱାର୍ଥ ପୂରଣ କରିବା ପାଇଁ ଲୋକ ମାନେ ଏତେ ଲୋଭି ହୋଇ ଯାଇଛନ୍ତି ଯେ ସେମାନେ ବନ୍ୟଜୀବଜନ୍ତୁ ଶୀକାର ପାଇଁ ହିଁ କେବଳ ଜଙ୍ଗଲରେ ନିଆଁ ଲାଗୁଛି ।

ତେବେ ଜଙ୍ଗଲରେ ନିଆଁ ଲାଗିବା ଦ୍ୱାରା ବନ୍ୟ ପଶୁ ମାନେ ଗାଁ, ସହର ମୁହାଁ ହେବାର ଲାଗିଛନ୍ତି । ଜଙ୍ଗଲ ଜଳିବା ଦ୍ୱାରା ହାତୀପଲ ଗାଁ ନିକଟରେ ଡେରା ପକାଉଛନ୍ତି । ତେବେ ଗାଁ ମାନଙ୍କରେ ଏହାକୁ ନେଇ ମଧ୍ୟ ଆତଙ୍କ ଦେଖା ଯାଉଛି । ଆମେ ତାଙ୍କ ବାସସ୍ଥାନ ଉଜାଡୁଥିବା ବେଳେ ଏବେ ସେମାନେ ଗାଁ ଘାଟରେ ପଶୁଛନ୍ତି । ଭୋକ ମାରିବା ପାଇଁ ପୋଷା ପ୍ରାଣୀ ବା ଲୋକମାନଙ୍କ ଉପରେ ଆକ୍ରମଣ କରୁଛନ୍ତି । ଦିନ ରାତି ହତୁହୁତୁ ହୋଇ ନିଆଁ ଜଳଛୁ । ଫଳରେ ମଲ୍ୟୂବାନ ଗଛଲତା ସହ ଔଷଧୀୟ ଗୁଳ୍ମ ମଧ୍ୟ ଜଳିପୋଡ଼ି ପାଉଁଶ ହୋଇଯାଉଛି । ବିରଳ ପ୍ରଜାତିର ସରୀସୃପ ଜଳିପୋଡ଼ି ନିଆଁରେ ଲୀନ ହେଇଯାଉଛନ୍ତି।

ତେବେ ଏହି ସବୁ କାର୍ଯ୍ୟ କଳାପ ମନୁଷ୍ୟକୃତ ହୋଇଥିବା ବେଳେ ଭାବିଲେ ମଧ୍ୟ ଆଶ୍ଚର୍ଯ୍ୟ ଲାଗୁଛି ଆମେ ଏଭଳି କିପରି କରି ପାରୁଛୁ? ସୁନ୍ଦର ସବୁଜିମାରେ ପରିପୂର୍ଣ୍ଣ ପୃଥିବୀକୁ କିପରି ଆମେ ଆମ ହାତରେ ଧଂସ୍ୱ ଆଡକୁ ଠେଲି ଦେଉଛୁ । ନିଜର ସ୍ୱାର୍ଥ ପାଇଁ ନିରୀହ କଥା କହି ପାରୁ ନଥିବା ଜୀବଜନ୍ତୁଙ୍କ ବାସସ୍ଥାନ ଛଡାଇ ନେଉଛୁ । ମଣିଷ ଭୁଲି ଯାଉଛି ଯେ ଆଜି ନିଜ ସ୍ୱାର୍ଥ ପାଇଁ ସେ ଯେଉଁ ନିଆଁ ଲଗାଉଛି ତାହା ଏବେ ବିପଦ ଆଡକୁ ହିଁ ଟାଣି ନେଉଛି ।ସବୁଜିମା ଅଭାବରେ ଯେଉଁ ଧୀରେ ଧୀରେ ପ୍ରଦୂଷଣ ବଢ଼ି ଚାଲିଛି ତାହା ଆହୁରୀ ବଢ଼ିବା ସହିତ ଆମେ ଆମ ବିନାଶ ଆଡକୁ ପାଦ ବଢ଼ାଉଛନ୍ତି ବୋଲି ଏହା ସଙ୍କେତ ଦେଉଛି । ଆଉ ଆମେ ଯଦି ଏବେ ଠାରୁ ଏହାକୁ ରୋକିବା ପାଇଁ ଚେଷ୍ଟା ନ କରିବା ତେବେ ଅନ୍ତ ଖୁବ ଶୀଘ୍ର ।

Get real time updates directly on you device, subscribe now.