fbpx

ଅଧାରୁ ଅଧିକ ପାକିସ୍ତାନୀ ଯୁବକ ଛାଡିବାକୁ ଚାହୁଁଛନ୍ତି ନିଜ ଦେଶ! ରିପୋର୍ଟରୁ ମିଳିଲା ତଥ୍ୟ

ଇସଲାମାବାଦ: ବିଦେଶୀ ମୁଦ୍ରାର ଅଭାବ ଏବଂ ମହଙ୍ଗା ମାଡ ଖାଉଥିବା ପାକିସ୍ତାନୀ ଯୁବକ ବର୍ତ୍ତମାନ ନିଜ ଦେଶରେ ରହିବାକୁ ଚାହୁଁନାହାନ୍ତି । ଏକ ସର୍ଭେ ମୁତାବକ ଦେଶରେ ୬୭ ପ୍ରତିଶତ ଯୁବକ ଦେଶ ଛାଡିବା ପାଇଁ ଚାହୁଁଛନ୍ତି । ପୂର୍ବ ସର୍ଭେରେ ଏହି ସଂଖ୍ୟା ୬୨ ପ୍ରତିଶତ ରହିଥିଲା । ପାକିସ୍ତାନୀ ଇନଷ୍ଟିଚ୍ୟୁଟ ଅଫ ଡେଭଲପମେଣ୍ଟ ଇକୋନୋମିକ୍ସର ବରିଷ୍ଠ ଅନୁସନ୍ଧାନକାରୀ ଅର୍ଥଶାସ୍ତ୍ରୀ ଡା. ଫହୀମ ଜହାଙ୍ଗୀର ଖାନଙ୍କ କହିବା ଅନୁସାରେ, ଦେଶର ୬୭ ପ୍ରତିଶତ ଯୁବକ ବିଦେଶରେ ଉତ୍ତମ ସୁଯୋଗ ଖୋଜିବାରେ ପାକିସ୍ତାନକୁ ଛାଡିବାକୁ ଚାହୁଁଛନ୍ତି । ଏହାସହ ସେ କହିଛନ୍ତି ପାକିସ୍ତାନରେ ୩୧ପ୍ରତିଶତ ଶିକ୍ଷିତ ଯୁବକ ଅଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, ପାକିସ୍ତାନରେ ୨୦୦ରୁ ଅଧିକ ବିଶ୍ୱବିଦ୍ୟାଳୟ ରହିଛି । ଯାହା ହଜାର ହଜାର ଛାତ୍ରଙ୍କୁ ଡିଗ୍ରୀ ଦେଉଛି । ହେଲେ ତାଙ୍କୁ କୌଣସି ଚାକିରି ମିଳୁନାହିଁ । କାରଣ ଡିଗ୍ରୀ ରୋଜଗାରର କାରଣ ନୁହେଁ । ତେବେ ସୂଚନା ଅନୁସାରେ, ପାକିସ୍ତାନ ଛାଡିବା ପାଇଁ ୧୫ ରୁ ୨୪ ବର୍ଷର ଯୁବକଙ୍କ ମଧ୍ୟରେ ଅଧିକ ଦେଖାଯାଇଛି । ଏଥିରେ ଅନ୍ତର୍ଭୁକ୍ତ ଯୁବକ ମାନେ କେବଳ ଦେଶର ଆର୍ଥିକ ସ୍ଥିତି ପାଇଁ ଦେଶ ଛାଡିବାକୁ ଚାହୁଁଛନ୍ତି ।

ଏହାର ଦ୍ୱିତୀୟ କାରଣ ହେଉଛି ଯୁବକଙ୍କୁ ରୋଜଗାର ମିଳୁନାହିଁ । ତାଙ୍କ କହିବା କଥା ହେଉଛି ତାଙ୍କୁ ଶିକ୍ଷକମାନେ ଯୁବପିଢିଙ୍କୁ ଆବଶ୍ୟକତା ହିସାବରେ ଶିକ୍ଷା ଦେଉନାହାନ୍ତି । ପୂର୍ବ ସର୍ଭେରେ ୬୨ ପ୍ରତିଶତ ଯୁବକ ସଂକେତ ଦେଇଥିଲେ ଯେ, ସେ ଦେଶ ଛାଡିବାକୁ ଚାହୁଁଛନ୍ତି । କିନ୍ତୁ ବର୍ତ୍ତମାନ ତାହା ବଢି ୬୭ ପ୍ରତିଶତରେ ପହଁଚିଛି ।

Get real time updates directly on you device, subscribe now.