fbpx

ଟିଟଲାଗଡ଼ ଓ ମାଲକାନଗିରିରେ ନିଆଁ ବର୍ଷା,  ୪୦ଡିଗ୍ରୀ ଛୁଇଁଲା ତାପମାତ୍ରା

ଭୁବନେଶ୍ୱର, ୨ା୪(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ ତାପମାତ୍ରା ବଢ଼ିବାରେ ଲାଗିଛି । ଆସନ୍ତା ଦୁଇଦିନ ଭିତରେ ତାପମାତ୍ରା ବଢ଼ିବାର ଆଶଙ୍କା ମଧ୍ୟ ରହିଥିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ରାଜ୍ୟରେ ୨ରୁ୩ଡିଗ୍ରୀ ଯାଏଁ ତାପମାତ୍ରା ବଢ଼ିବା ସମ୍ଭାବନା ରହିଛି । ଆଜି ୨ଟି ଜିଲ୍ଲାର ପାରଦ ୪୦ଡିଗ୍ରୀ ଉପରେ ରହିଛି । ଟିଟଲାଗଡ଼ର ୪୦.୫ଡିଗ୍ରୀ ଥିବା ବେଳେ ମାଲକାନଗିରିରେ ୪୦.୨ ଡିଗ୍ରୀ ତାପମାତ୍ରା ରହିଥିବା ନେଇ ରେକର୍ଡ଼ ରହିଛି । ସେହିପରି କଟକରେ ୩୯.୫, ଭୁବନେଶ୍ୱରରେ ୩୯.୨ଡିଗ୍ରୀ ତାପମାତ୍ରା ରହିଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏନେଇ ସୂଚନା ରହିଛି ।

Get real time updates directly on you device, subscribe now.