fbpx

ବିବାଦରେ ବାଦଶାହ-ଜ୍ୟାକଲିନଙ୍କ ‘ଗେନ୍ଦା ଫୁଲ୍’

ମୁମ୍ବାଇ,୨ ।୪: କିଛି ଦିନ ପୂର୍ବରୁ ରିଲିଜ୍ ହୋଇଥିବା ବାଦଶାହ-ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଗୀତ ‘ଗେନ୍ଦା ଫୁଲ୍’ ସଙ୍ଗୀତପ୍ରେମୀଙ୍କ ମନକୁ ବେଶ ଛୁଇଁଛି । ବାଦଶାହଙ୍କ ଏହି ବଙ୍ଗାଳୀ-ପଞ୍ଜାବ ଫ୍ୟୁଜନ୍ ୟ୍ୟୁଟୁବରେ ଏବେ ଟ୍ରେଣ୍ଡ କରୁଛି । ବର୍ତ୍ତମାନ ସୁଦ୍ଧା ୮ କୋଟିରୁ ଉଦ୍ଧ୍ୱର୍ ଲୋକ ଏହାକୁ ଦେଖିସାରିଛନ୍ତି । କିନ୍ତୁ ବାଦଶାହଙ୍କ ଏହି ଗୀତକୁ ନେଇ ବିବାଦ ସୃଷ୍ଟି ହୋଇଛି ।

ଗୀତ ଉପରେ ଚୋରିର ଅଭିଯୋଗ ହୋଇଛି । ବାଦଶାହଙ୍କ ଗୀତର କିଛି ବଙ୍ଗାଳୀ ମୂଳ ଗୀତ ‘ବଡଲୋକର ବେଟିଲୋ’ ସହ ମିଶିଯାଉଛି, ଯାହାକି ସିଧାସଳଖ କପିରାଇଟ୍ ଆକ୍ଟର ଉଲ୍ଲଙ୍ଘନ କରୁଛି । ଓରିଜିନାଲ ଲୋକଗୀତର ଲେଖକ ରତନ କହରଙ୍କୁ ଏହି ଗୀତରେ ଶ୍ରେୟ ଦିଆଯାଇନଥିବା ଅଭିଯୋଗ ହୋଇଛି । ଏନେଇ ଫ୍ରାନ୍ସର ଡକ୍ଟରାଲ ଗବେଷକ ଅର୍ଗିଆ ବୋଷ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏକ ଚିଠି ଲେଖିଛନ୍ତି ବୋଲି ଜଣାପଡିଛି । ସେ ଲେଖକ ରତନଙ୍କୁ ତାଙ୍କ ଚିଠିରେ ସମର୍ଥନ ଦେବାକୁ କହିଛନ୍ତି । ତେବେ ଗୀତଟିକୁ ବାଦଶାହଙ୍କ ସହ ପାୟଲ ଦେବ ଗାଇଛନ୍ତି । ବାଦଶାହ ଓ ଜ୍ୟାକଲିନଙ୍କ କେମେଷ୍ଟ୍ରି ଦର୍ଶକମାନଙ୍କୁ ବେଶ୍ ପସନ୍ଦ ଆସିଛି ।

Get real time updates directly on you device, subscribe now.