fbpx

ରାଜ୍ୟରେ କାର୍ଯ୍ୟକ୍ଷମ ହେଲା ୬୨୫ କରୋନା ବେଡ଼୍

ଭୁବନେଶ୍ୱର, ୨ା୪(ଓଡ଼ିଶା ଭାସ୍କର): ରାଜ୍ୟରେ କାର୍ଯ୍ୟକ୍ଷମ ହୋଇଛି ୬୨୫ କରୋନା ବେଡ଼୍ । ଭୁବନେଶ୍ୱର ଓ କଟକରେ୨ଟି କୋଭିଡ଼-୧୯ ହସ୍ପିଟାଲ ପ୍ରସ୍ତୁତ ହୋଇସାରିଛି । ଏହାକୁ ଭିଡ଼ିଓ କନଫରେନ୍ସ ଜରିଆରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ପାଇଁ କିମ୍ସରେ ୫୦୦ ଓ ଅଶ୍ୱିନୀ ମେଡ଼ିକାଲରେ ୧୨୫ଟି ବେଡ଼ ପ୍ରସ୍ତୁତ କରାଯାଇଛି । ପୂର୍ବରୁ ଦୁଇ ଘରୋଇ ହସ୍ପିଟାଲ ସହ ଏନେଇ ଚୁକ୍ତି ହୋଇଥିଲା । ସେଠାରେ ସରକାରଙ୍କ ପକ୍ଷରୁ ମାଗଣା ଚିକିତ୍ସା, ରହିବା ଓ ଖାଇବା ସୁବିଧା ଉପଲବ୍ଧ ଥିବା ସୂଚନା ମିଳିଛି । ଏହି ପରିପ୍ରେକ୍ଷୀରେ ଡାକ୍ତର ଓ ପାରାମେଡ଼ିକାଲ କର୍ମଚାରୀଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ।ଏହାସହ କରୋନା ମୁକାବିଲାରେ ଡାକ୍ତରଙ୍କ କାର୍ଯ୍ୟକୁ ସେ ପ୍ରଶଂସା ମଧ୍ୟ କରିଛନ୍ତି ।

Get real time updates directly on you device, subscribe now.