fbpx

ରିଙ୍କୁ ସ୍ୱାଇଁ ହତ୍ୟା ମାମଲାରେ ୫ ଗିରଫ

ଭୁବନେଶ୍ୱର,୨୪ ।୮(ଓଡିଶା ଭାସ୍କର): ଭୁବନେଶ୍ୱର ଗୌଡପଡିଆର ରିଙ୍କୁ ସ୍ୱାଇଁଙ୍କ ହତ୍ୟାକାଣ୍ଡ ମାମଲାରେ ପୋଲିସକୁ ମିଳିଛି ବଡ ସଫଳତା । ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଶୁଭରାଜ ମହାରଣା ସହ ୫ ଜଣଙ୍କୁ ପୋଲିସ ଗିରଫ କରିଛି । ବରୁଣେଇ ପାହାଡରୁ ଅଭିଯୁକ୍ତଙ୍କୁ ଗିରଫ କରିଛି ନୟାପଲ୍ଲୀ ପୋଲିସ । ରିଙ୍କୁକୁ ବୋମାମାଡ କରି ହତ୍ୟା କରିଥିଲେ ୮ ଅଭିଯୁକ୍ତ । ପୂର୍ବରୁ ୨ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଆଜି ୫ ଜଣ ଗିରଫ ହୋଇଛନ୍ତି । ମେ’ ୨୦୧୯ରେ ଏହି ହତ୍ୟାକାଣ୍ଡ ଘଟାଇଥିଲେ ଏହି ଦୁର୍ବୃତ୍ତ ।

Get real time updates directly on you device, subscribe now.