fbpx

ଠାକୁରାଣୀ ଦର୍ଶନ ସ।ରି ଫେରୁଥିଲେ ଚାଲିଗଲେ ଆରପାରିକୁ , ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ

Advertisement

ଭୁୁବନେଶ୍ୱର : ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଅଘଟଣ ରାୟଗଡା ଜିଲ୍ଲାରେ ଘଟିଛି । ମୃତକ ସମସ୍ତେ ଆନ୍ଧ୍ରପ୍ରଦେଶର ବୋଲି ଜଣାପଡିଛି । ମା’ ଙ୍କ ଦର୍ଶନ ସାରି ଫେରୁଥିବା ବେଳେ ଏହି ଅଘଟଣ ଘଟିଛି । ଅଟୋରେ ପର୍ଯ୍ୟଟନମାନେ ଥିଲେ ।

ସୂଚନାଯୋଗ୍ୟ, ଆନ୍ଧ୍ରପ୍ରଦେଶରୁ କିଛି ପର୍ଯ୍ୟଟନ ଏକ ଅଟୋରେ ମା’ ମଝିଘରିଆଣିଙ୍କ ଦର୍ଶନ ପାଇଁ ଆସିଥିଲେ । ଅଟୋରେ ମୋଟ ୮ ଜଣ ଯାତ୍ରୀ ଥିଲେ । ଦର୍ଶନ ସାରି ଫେରୁଥିବା ସମୟରେ କମୋରଡା ନିକଟରେ ଏହି ଅଟୋ ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ୮ ଜଣଙ୍କ ମଧ୍ୟରୁ ୫ ଜଣଙ୍କ ମୃତ୍ୟୁ ହୋଇଥିଲା । ଅଟୋରେ ଥିବା ଅନ୍ୟ ୩ ଜଣ ଗୁରୁତର ଭାବରେ ଆହତ ହୋଇଥିଲେ । ସେମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତିୁ କରାଯାଇଛି ।

Get real time updates directly on you device, subscribe now.